
ନୂଆଦିଲ୍ଲୀ – ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୋମା ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଲୋକ ଗୁରତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେଶର ପୂର୍ବ ଭାବରେ ହୋଇଥିବା ଏହି ଆକ୍ରମର ଘଟଣାରେ ଅଲକାଏଦାର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଥିବା ଆଫାଗାନିସ୍ତାନ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ପଶ୍ଚିମ କାବୁଲର ଏକ ଶିକ୍ଷାନୁଷ୍ଠାନ ବାହାରେ ଏହି ବିସ୍ଫୋରଣ ହୋଇଛି ।
ଆଭ୍ୟନ୍ତରୀଣ ମନ୍ତ୍ରୀ ତାରିଖ ଆର୍ୟା ନ କହିଛନ୍ତି, ଆକ୍ରମଣକାରୀମାନେ ବଳପୂର୍ବକ ପ୍ରବେଶ କରିବାକୁ ଯାଉଥିଲେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇଥିଲେ । ମନ୍ତ୍ରୀ କହିଛନ୍ତି ଯେ, ଆହତଙ୍କ ସଂଖ୍ୟା ବଢ଼ିପାରେ । କାରଣ ଏବେ ବିଭିନ୍ନ ହସ୍ପିଟାଲରେ ଆହତଙ୍କୁ ଖୋଜା ଚାଲିଛି । ତେବେ ଏହି ଘଟଣା ପାଇଁ କୌଣସି ସମୂହ ନିଜକୁ ଦାୟୀ କରିନାହାନ୍ତି । ସେହିପରି ତାଲିବାନ ଘଟଣାକୁ ନେଇ କୌଣସି ସଂସ୍ଥା ସହ ସଂପର୍କ ନଥିବା କହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO