ନୂଆଦିଲ୍ଲୀ, ତାଙ୍କର ଟିମ ଜିତିବା ଅଭ୍ୟାସ ନିଜର କରିଛି ବୋଲି କହିଛନ୍ତି ପଂଜାବ ଇଲେଭେନର ଅଧିନାୟକ କେଏଲ ରାହୁଲ । ସେ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ୨୦୨୦ରେ ହାରାହାରି ଆରମ୍ଭ ପରେ ଲଗାତାର ୪ଟି ମ୍ୟାଚରେ ବିଜୟଲାଭ କରିବା ପରେ ଏହା କହିଛନ୍ତି, । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ପଂଜାବ ଟିମର ସ୍ଥିତି ଏଭଳି ନଥିଲା । ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ପରେ ପଂଜାବ ଟିମ ଶନିବାର ୧୨୬ ରନ୍ ସଂଗ୍ରହ କରିଥିଲେ ବି ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନ୍ରେ ପରାସ୍ତ କରିଛି ।
ମ୍ୟାଚ ବିଜୟ ପରେ ରାହୁଲ ପୁରସ୍କାର ବିତରଣ ସମାରୋହରେ କହିଛନ୍ତି, ଆମେ ଜିତିବା ଅଭ୍ୟାସ କରିଛୁ । ଏହି ଅଭ୍ୟାସ ପୂର୍ବରୁ ନଥିଲା । କମ ସ୍କୋର ହୋଇଥିଲେ, ୧୦ରୁ ୧୫ ରନ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ପଂଜାବ ଅଧିନାୟକ ରାହୁଲ କହିଛନ୍ତି । ଏହି ବିଜୟରେ ସମସ୍ତ ଖେଳାଳି ପରିଶ୍ରମ କରିଛନ୍ତି । ଖେଳାଳିଙ୍କ ବ୍ୟତୀତ ସହଯୋଗୀ କର୍ମୀଙ୍କ ଅବଦାନ ମଧ୍ୟ ସ୍ମରଣୀୟ ।
ପଂଜାବ ଟିମର ଅଧିନାୟକ କହିଛନ୍ତି, ୨ ମାସରେ ବହୁତ କିଛି ବଦଳିପାରିବ ନାହିଁ । କିନ୍ତୁ ଷ୍ଟାଫ ବହୁ ପରିଶ୍ରମ କରିଛନ୍ତି । ଆମେ ପଏଣ୍ଟ ଟେବୁଲରେ ସର୍ବନିମ୍ନରେ ଥିଲୁ । ତଥାପି ଚିନ୍ତା କରିନଥିଲୁ । ଆମେ ନିଜର ପ୍ରୟାସ ଜାରି ରଖିଛୁ । ବିଜୟ ଦ୍ୱାରରେ ଥିବାରୁ ଖୁସି ଅଛୁ ।