
ମାଲକାନଗିରି-ବନ ବିଭାଗ ର ଚଢ଼ାଉ। ଜବତ ହେଲା ବସ୍ତା ବସ୍ତା କୋଇଲା ବୋଝେଇ ବୋଲେରୋ ପିକ ଅପ୍। ଚିତ୍ରକୋଣ୍ଡା ଘାଟି ରୁ କୋଇଲା ଲୋଡ ହୋଇ ଏକ ପିକ ଅପ ଗାଡି( ଓ ଡି ୧୦ ପି ୭୩୨୫) ଯୋଗେ ବାଲିମେଳା ଆଡକୁ ଆସୁଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସ୍ଥାନୀୟ ବନପାଳ ଏବଂ ବନାଞ୍ଚଳ ଅଧିକାରୀ ଙ୍କୁ ଜଣାଇଥିଲେ। କିନ୍ତୁ ଦୁହେଁ ଏନେଇ କିଛି ପଦକ୍ଷେପ ନ ନେଇ ନୀରବ ରହିବାରୁ କିଛି ସମୟର ଅପେକ୍ଷା ପରେ ବାଧ୍ୟହୋଇ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେ ଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ମାଲକାନଗିରି ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବନପାଳ ଶିବାନନ୍ଦ ଲେଙ୍କା ଏବଂ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ଉକ୍ତ କୋଇଲା ବୋଝେଇ ଗାଡି କୁ ବାଲିମେଳା ବନାଞ୍ଚଳ କାର୍ଯ୍ୟାଳୟ କୁ ଅଣାଯାଇଥିଲା। ଗାଡି ରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ବସ୍ତା କୋଇଲା ବସ୍ତା ଦେଖିବାକୁ ମିଳିଥିଲା। ସ୍ଥାନୀୟ ବନପାଳ ଲେଙ୍କା ଙ୍କ କହିବାନୁଯାୟୀ ୩ ଟି ବଡ଼ ବଡ଼ ଗଛ କୁ କାଟିଲେ ଏତିକି ପରିମାଣ ର କୋଇଲା ମିଳିବ ବୋଲି ସୂଚନା ଦେଇଛନ୍ତି। ଗାଡି ଟି ବର୍ଷ ବର୍ଷ ଧରି ଏପରି କୋଇଲା ବାଲିମେଳା ଛକ ନିକଟସ୍ଥ ଶର୍ମା ରାଇସ ମିଲ କୁ ନେଉଥିବା ଡ୍ରାଇଭର ସୁବାଷ ହନ୍ତାଳ କହିଛନ୍ତି। ଡ୍ରାଇଭର ଙ୍କ ସହ ଅନ୍ୟ ଜଣେ ସହଯୋଗୀ ସେହି ରାଇସ ମିଲ ର କର୍ମଚାରୀ ୧୨୨ ଗ୍ରାମର ସୁକୁଦେଵ ଗାଏନ ଗାଡ଼ିରେ ଥିଲେ। କିନ୍ତୁ ବନ ବିଭାଗ କେବଳ ଡ୍ରାଇଭର କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ସୁକୁଦେବ କୁ ଛାଡି ଦେଇଥିବା ଜଣାପଡିଛି। ତେବେ ବନ ବିଭାଗ ର କିଛି କର୍ମଚାରୀ ଏବଂ ରାଇସ ମିଲ ଗୁଡିକ ର ମାଲିକ ମାନଙ୍କ ସଲସୁତୁରା ରେ ବର୍ଷ ବର୍ଷ ଧରି ଏପରି ବେଆଇନ ଭାବେ କୋଇଲା ଚାଲାଣ ସହ ଜଙ୍ଗଲ ରୁ କାଠ ଚୋରି ହେଉଥିବା ଜଣାପଡିଛି। ବନ ବିଭାଗ ର କାର୍ଯ୍ୟକଳାପ କିନ୍ତୁ ଶୂନ। ଯଦି ଏପରି ହୁଏ ତାହେଲେ ଦିନକୁ ଦିନ ଆହୁରି ଅଧିକ ମୂର୍ତ୍ତିକା କ୍ଷୟ ହେବା ସହ ମାନବ ସମାଜ ପ୍ରତି ବିପଦ ରହିଥିବା ଅନୁମାନ କରାଯାଉଛି। ତେବେ ମାଲକାନଗିରି ବନଖଣ୍ଡ ଅଧିକାରୀ ଙ୍କ ଅଜାଣତରେ ବନ ବିଭାଗ ର ତଳିଆ କର୍ମଚାରୀ ଏପରି ଘୃଣ୍ୟ କାର୍ଯ୍ୟ କରି ମାଲେମାଲ ହେଉଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେ ଏଥିପ୍ରତି ଦୃଷ୍ଟି ଦେଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି। ଏହାସହ ଆଗାମୀ ଦିନରେ ଯେପରି ବନ ବିଭାଗର ଏହିପରି ହେଉଥିବା ସବୁ ବେଆଇନ କାର୍ଯ୍ୟ କୁ ବନ୍ଦ କରାଯାଉ ବୋଲି ବିଭିନ୍ନ ମହଲ ରେ ଦାବି ହେଉଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO