
କେନ୍ଦୁଝର– କେନ୍ଦୁଝର ସହରରେ ସାତୋଟି ପୂଜା ମଣ୍ଡପରେ ମାଙ୍କ ମୂଣ୍ମୟୀ ମୂର୍ତି ସମ୍ମୁଖରେ ନବମୀ ପୂଜା କାର୍ଯ୍ୟ ଚାଲିଛି । କେନ୍ଦୁଝର ସହରରେ ମାଇନିଂ ନିୟୁ କଲୋନୀ, ପୁରୁଣା ବଜାର, ଆଟୋ ପୁର, ଗାନ୍ଧୀ ଛକ, ରିଜର୍ଭ ଆଦି ସ୍ଥାନରେ । କୋଭିଡ଼୍ କଟକଣାକୁ ପାଳନ କରି ସୀମିତ ସଂଖ୍ୟକ ବ୍ରାହ୍ମଣ ଓ ପୂଜାରୀଙ୍କୁ ନେଇ ପୂଜା କାର୍ଯ୍ୟ ଚାଲିଛି । ହେଲେ ପ୍ରଶାସନର ଏହି କଟକଣା ପାଇଁ ଭକ୍ତ ମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି ।
ସରକାରୀ ବସଷ୍ଟାଣ୍ଡ ନିକଟସ୍ଥ ଏକମାତ୍ର ମା’ ଦୂର୍ଗାଙ୍କ ପୀଠରେ ଆଜି ମାଙ୍କ ବିଶ୍ରାମ ଏବଂ ଆସନ୍ତାକାଲି ଦଶମୀ ପୂଜା ଅନୁଷ୍ଠିତ ହେବ । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠରେ ଆଜି ଦଶହରା ପୂଜା ଅନୁଷ୍ଠିତ ହେଉଥିବା ବେଳେ ସପ୍ତମୀ ଠାରୁ ମାଙ୍କ ସୁନାବେଶ ଚାଲିଛି । ପ୍ରଶାସନ ପକ୍ଷରୁ ସେଠାରେ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ଼୍ କଟକଣା ଯୋଗୁଁ କେତେକ ଭକ୍ତ ଦର୍ଶନ ପାଇଁ ଆସୁଥିଲେ ମଧ୍ୟ ମାଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO