
ବ୍ରହ୍ମପୁର (ଶିବରାମ ଚୌଧୁରୀ): ଦିନକୁ ଦିନ ଖଲ୍ଲିକୋଟ ଥାନା ଅଂଚଳ ର ବିଭିନ୍ନ ଗ୍ରାମାଞ୍ଚଳ ରେ ହୁ ହୁ ହୋଇ ଦେଶୀ ମହୁଲି ମଦ ଓ ବିଦେଶୀ ମଦ ବେପାର ବଢିବା ସାଙ୍ଗକୁ ରାସ୍ତା ଘାଟରେ ମଦ୍ୟପ ମାନଙ୍କ ସାଙ୍ଘାତିକ ଉତ୍ପାତ ସମଗ୍ର ମହିଳା ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଯାହାଫଳରେ ମହିଳାମାନଙ୍କ ର ସାମାଜିକ ପ୍ରତିଷ୍ଠା ପ୍ରତି ବିପଦ ଦେଖା ଯାଉଥିବା ବେଳେ ମଦକୁ ବନ୍ଦ କରିବା ପାଇଁ ସେମାନେ ରାଜରାସ୍ତାକୁ ମଦ ବନ୍ଦ ପାଇଁ ଓଲ୍ହାଇଥିବା ଜଣାପଡିଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ମଦକୁ ନେଇ ମହାଭାରତ ସୃଷ୍ଟି ହେବା ସହ ମଦ ବେପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟୁଥିବାବେଳେ ଗତ ୫ ଦିନ ତଳେ ଖୋଦ ଖଲ୍ଲିକୋଟ ବିଧାୟିକା ତାଙ୍କ ନିଜ ଗ୍ରାମ ତେନ୍ତୁଳିଆପଡା ଠାରେ ଏକ ମହିଳା ସମାବେଶ କରି ଗ୍ରାମରେ ମଦ ଓ ଜୁଆ ଆଡ୍ଡା ବନ୍ଦ କରି ଗ୍ରାମକୁ ବିକାଶ ର ଧାରାରେ ଆଗେଇନେବା ପାଇଁ ଆହ୍ୱାନ କରିଥିଲେ । ସେହିପରି ଚାରିଆଡେ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ମା ଦୁର୍ଗାଙ୍କୁ ନିରାଡ଼ମ୍ବର ସହକାରେ ଆବାହନୀ କରାଯାଉଥିବାବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ ମହିଳାମାନଙ୍କ ର ମହିଷା ମର୍ଦ୍ଧିନି ରୂପ ସମସ୍ତଙ୍କୁ ଚକିତ କରିଥିବାବେଳେ ତାଳପଡା ପଂଚାୟତ ର ୫୦ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଶି ପ୍ରାୟ ୬୦୦ ଜଣ ମହିଳା ଏକ ବିରାଟ ଶୋଭାଯାତ୍ରାରେ ହାତରେ ପ୍ଲାକାର୍ଡ଼ ଧରି ପଂଚାୟତ କାର୍ଯ୍ୟାଳୟ ରୁ ବାହାରି ତାଳପଡା ସ୍ଥିତ ସରକାରୀ ମହୁଲି ଭାଟି ନିକଟରେ ପହଂଚି ଦୀର୍ଘ ୩ ଘଣ୍ଟା ଧରି ମହୁଲି ଭାଟି ଭିତରେ ପଶି ଶୃଙ୍ଖଳିତ ଭାବେ ଧାରଣା ଦେଇଥିବାବେଳେ ଏଠାକୁ କୌଣସି ପୋଲିସ କିମ୍ବା ପ୍ରଶାସନ ପହଂଚି ନଥିଲା ।
ଶେଷରେ ଉତ୍ୟକ୍ତ ମହିଳାମାନେ ଉକ୍ତ ସରକାରୀ ଭାଟିର ସମସ୍ତ ରୁମ ସମେତ ମୁଖ୍ୟ ଫାଟକ ରେ ତାଲା ପକାଇଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉ କି ଗତ ୧୦ ବର୍ଷ ଧରି ଉକ୍ତ ସରକାରୀ ମହୁଲି ଭାଟି କାର୍ଯ୍ୟକରୁଥିବେଳେ ଗ୍ରାମ ବାସୀଙ୍କ ର ବହୁବାର ନିବେଦନ ସତ୍ୱେ ଉକ୍ତ ମଦ ଭାଟିକୁ ସରକାର ବନ୍ଦ କଲେ ନାହିଁ ଯାହାଫଳରେ ଉକ୍ତ ମଦ ଭାଟିରୁ ବାହାରୁଥିବା ତରଳ ବର୍ଜ୍ୟବସ୍ତୁ ଗ୍ରାମ ର ଏକ ଜଳାଶୟ ବାବାଜୀ ବନ୍ଧ ର ପାଣି ଦୂଷିତ ହୋଇପଡିବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ସେହିପରି ଉକ୍ତ ମଦ ଭାଟି ନିକଟରେ ଜନ ବସତି , ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ମଦ ଭାଟି ଯୋଗୁଁ ୨ଜଣ ମଦ ଜନିତ କାରଣରୁ .ମୃତ୍ୟୁବରଣ କରିଥିବାବେଳେ ଗ୍ରାମରେ ସବୁବେଳେ ଆଇନ ଶୃଙ୍ଖଳା ପରିସ୍ଥିତି , ପାରିବାରିକ ହିଂସା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଳପଡା ପଂଚାୟତ ର ସରପଞ୍ଚ ଶ୍ରୀମତୀ ମହେଶ୍ୱରୀ ତରେଇ ଓ ରାମ କୃଷ୍ଣ ତରେଇ ଉକ୍ତ ମଦ ବିରୋଧୀ ମହିଳା ଶୋଭାଯାତ୍ରାର ନେତୃତ୍ୱ ନେବା ସହ ଆଗାମୀ ଦିନରେ ତାଳପଡା ଠାରୁ ମଦ ଭାଟି ଉଛେଦ କରାନଗଲେ ମହିଳାମାନେ ଉକ୍ତ ଭାଟିକୁ ଭାଙ୍ଗି ସମାଧି କରିବା ପାଇଁ ପଛାଇବେ ନାହିଁ ବୋଲି ମିଶନ ଶକ୍ତି ର ସଭାପତି ବିଷ୍ନୁପ୍ରିୟା ସେଠି ପ୍ରକାଶ କରିବା ସହ ଆଗାମୀ ଦିନରେ ତାଳପଡା ପଂଚାୟତ ର ସମସ୍ତ ଅଧିବାସୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ରାସ୍ତା ଅବରୋଧ ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ହାତକୁ ନେବେ ବୋଲି ସରପଞ୍ଚ ପ୍ରତିନିଧି ରାମ କୃଷ୍ଣ ତରେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ୨୦୧୯-୨୦ ଆର୍ଥିକ ବର୍ଷ ରେ ବୁରୀ ଗାଁ ର ସୁରେଶ କୁମାର ସାହୁ ୨ ଲକ୍ଷ ୧୧,୯୦୦ ଟଙ୍କାରେ ଲିଜ ଧରି ଖଲ୍ଲିକୋଟ ବ୍ଲକ ର ପୁସ୍ତପୁର, ଦାନପୁର , ବଡ ରାମପଲ୍ଲୀ , ରଘୁନାଥପୁର ପ୍ରଭୃତି ଗ୍ରାମରେ ୧୧୧୦ ଲିଟର ଦୈନିକ ଦେଶୀ ମହୁଲି ମଦ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଅବକାରୀ ବିଭାଗ ଠାରୁ ଆଦେଶ ପାଇଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO