ନୂଆଦିଲ୍ଲୀ– ଆଇପିଏଲ-୨୦୨୦ର ୪୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୩ଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ୧୦ ୱିକେଟରେ ପରାସ୍ତ କରିଛି । ଏହା ଚେନ୍ନାଇର ଆଇପିଏଲ ଇତିହାସରେ ପ୍ରଥମ ଥର ୧୦ ୱିକେଟରେ ପରାଜୟ । ଏହା ପୂର୍ବରୁ ଚେନ୍ନାଇ କେବେବି ୧୦ ୱିକେଟରେ ପରାସ୍ତ ହୋଇ ନଥିଲା ।
ଶାରଜା କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇକୁ ମୁମ୍ବାଇ ୨୦ ଓଭରରେ ୯ ୱିକେଟରେ ୧୧୪ ରନରେ ଅଟକାଇ ଦେଇଥିଲା । ମୁମ୍ବାଇ ତରଫରୁ ଲକ୍ଷ୍ୟ ପଛରେ ଓହ୍ଲାଇ ଈଶାନ କିଷାନ ଓ କ୍ୱିଣ୍ଟନ ଡି କକ ଯଥାକ୍ରମେ ଅପରାଜିତ ୬୮ ରନ୍ ଓ ଅପରାଜିତ ୪୬ ରନ କରିଥିଲେ । । ମୁମ୍ବାଇ ୧୨.୨ ଓଭରରେ ୧୧୬ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ଏହା ପୂର୍ବରୁ ଚେନ୍ନାଇ ୯ ୱିକେଟରେ ପରାସ୍ତ ହୋଇଥିଲା । ୨୦୦୮ରେ ମୁମ୍ବାଇ ଠାରୁ ଚେନ୍ନାଇକୁ ଏଭଳି ପରାଜୟର ଶିକାର ହେବାକୁ ପଡ଼ିଥିଲା ।