
ବେଲଗୁଣ୍ଠା-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ଭୁମି ଅଧିକାର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଦ୍ଘଘାଟକ ଭାବେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇଥିବା ବେଳେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ବିଭିନ୍ନ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୁମି ଅଧିକାର ପ୍ରମାଣ ପତ୍ର ଦେଇ ସ୍ଥାୟୀ ବାସଗୃହ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସାଂସଦ ଶ୍ରୀମତୀ ବିଷୋୟୀ ପ୍ରକାଶ କରିଥିଲେ ।ନବୀନ ସରକାର ଅମଳରେ ବିଭିନ୍ନ ଯୋଜନାରେ ଓଡ଼ିଶାର ସବୁ ବର୍ଗର ଲୋକ ଉପକୃତ ହେଉଛନ୍ତି ।ବର୍ତ୍ତମାନ ପଟ୍ଟା ମିଳିନଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଆଗାମୀ ଦିନରେ ସେମାନଙ୍କୁ ପ୍ରମାଣପତ୍ର ମିଳିବ ବୋଲି ବିଧାୟକ ବକ୍ତବ୍ୟ ରଖିବା ସହ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ୫ ନମ୍ବର ୱାର୍ଡ ହରିଜନ ସାହିର ୨୩ଜଣ,୧୨ ନମ୍ବର ୱାର୍ଡ ଭଗବତ ପାଟଣାର ୨୫ଜଣ ମହିଳାଙ୍କୁ ଭୁମି ଅଧିକାର ପ୍ରମାଣ ପତ୍ର ସାଂସଦ ଓ ବିଧାୟକ ପ୍ରଦାନ କରିଥିଲେ ।ପୁର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ମେଦିରୀ ସାହିର ୩୬ଜଣ,ହରିଜନ ସାହିର ୪ ଜଣଙ୍କୁ ପଟ୍ଟା ଯୋଗାଇ ଦିଆଯାଇଛି ।ଆଗାମୀ ଦିନରେ ମଧ୍ୟ ସମସ୍ତ ଭୂମିହୀନ ବାସିନ୍ଦାଙ୍କୁ ଚିହ୍ନଟ କରାଯାଇ ସ୍ଥାୟୀ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସନ୍ତୋଷ ପଣ୍ଡା,ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ଡାଃ ପୁର୍ଣ୍ଣଚନ୍ଦ୍ର ମହାପାତ୍ର,ଆଲୋକ ସାହାଣୀ,ସନ୍ତୋଷ ସୁବୁଦ୍ଧି ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ପରିଷଦର ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ କୁମାର ମିଶ୍ର,କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା,ସନ୍ତୋଷ ପଣ୍ଡା,ବାବୁଲା ଗୌଡ,ମୁନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO