
ବେଲଗୁଣ୍ଠା– ବେଲଗୁଣ୍ଠା ଗୋବରା ସ୍ଥିତ ବିଶ୍ୱଭାରତୀ ଆବାସିକ ବିଦ୍ୟଳୟ ପରିସରରେ ଗୋବରା ଗାନ୍ଧୀ ତଥା ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ 120 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଥମେ ଗୋବରା ମେଇନ ରୋଡ଼ ସ୍ଥିତ ବାଞ୍ଛାନିଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱଭାରତୀ ପରିସରରେ ଅନୁଷ୍ଠାନର ସଭାପତି କୁଞ୍ଜବିହାରୀ ନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉଦଘାଟକ ରୂପେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ବାଞ୍ଛାନିଧିଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ଶ୍ରୀ ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ସମ୍ମାନିତ ଅତିଥି ରୂପେ ପିକେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମାମା ପରିଡା,ଅବସରପ୍ରାପ୍ତ ବିଏସଏନଏଲ ଏସ୍ଡ଼ିଓ ଗୌରୀଶଙ୍କର ମିଶ୍ର ଯୋଗ ଦେଇଥିଲେ ।ବାଞ୍ଛାନିଧିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କରି ପଥରେ ଅନୁପ୍ରାଣିତ ହେବାକୁ ଅତିଥି ମାନେ ମତପୋଷଣ କରିଥିଲେ । ଏହି ଅବସରରେ ବହୁ ଗରିବ ଲୋକ ମାନଙ୍କଙ୍କୁ ଅତିଥୀଙ୍କ ଦ୍ୱାରା ଶୀତ ବସ୍ତ୍ର ବଣ୍ଟନ କରା ଯାଇଥିବା ବେଳେ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଅନୁଷ୍ଠାନର ଛାତ୍ର ସ୍ୱାଧୀନ ଗୌଡ଼,ଗୌରବ ପରିଡା ଛାତ୍ରୀ ଅର୍ପିତ ପରିଡା ଓ ପ୍ରାଚୀପୁର୍ବୀ ଲେଙ୍କାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ବିଶ୍ୱଭାରତୀ ଉପସଭାପତି ବିଭୁପାଦ ଜେନା ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ ,ଶିକ୍ଷାବିତ ରାମକୃଷ୍ଣ ପାତ୍ର,ବ୍ଲକ ବିଜେଡି ସମ୍ପାଦକ ରାମେଶ୍ୱର ପାତ୍ର, ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼,ସମିତିସଭ୍ୟ ଦୁର୍ଗମାଧଵ ନାୟକ, ଗୋବରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ, ଶିକ୍ଷକ ପ୍ରତାପ ସ୍ଵାଇଁ, ସମାଜସେବୀ ସୁରେନ୍ଦ୍ର ଦାସ, ରଙ୍କନିଧି ସ୍ଵାଇଁ , ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ରଙ୍କ ସମେତ ଅଂଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ଅବସରରେ ରାଇପଡ଼ା ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା I ଶେଷରେ ଶିକ୍ଷକ ମୁନେନ୍ଦ୍ର ପରିଡା ଧନ୍ୟବାଦ ଦେଇଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO