କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସର୍ବ ସାଧାରଣ ଏବଂ ଭକ୍ତ ଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସଂପର୍କରେ ବିଚାର ବିମର୍ଶ ପ୍ରକ୍ରିୟାର ଆଜି ଷଷ୍ଠ ଦିବସ ,ତା୧୬.୧୦.୨୦,ଶୁକ୍ରବାର ଦିବା ଘ୍.୧.୦୦ ମି ସମୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ମହୋଦୟ ଏବଂ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ମହୋଦୟ ପୁରୀ ସହରର ବ୍ୟବସାୟୀ ସଂଘ, ବସ୍ ମାଲିକ ସଂଘ, ଟ୍ୟାକ୍ସି ମାଲିକ ସଂଘ, ଅଟୋ ରିକ୍ସା ମାଲିକ ସଂଘ, ହୋଟେଲ୍ ମାଲିକ ସଂଘ, ଟାଉନ୍ ବସ୍ ମାଲିକ ସଂଘ, ଡିଷ୍ଟ୍ ବୁଟୋର୍ ବ୍ୟବସାୟୀ ସଂଘ, ଏବଂ ଧାର୍ମିକ ସେବା ସଂସ୍ଥା, ଏତତ୍ ବ୍ୟତୀତ ପୁରୀ ସହରର ବିଶିଷ୍ଟ ତଥା ବରିଷ୍ଠ ବ୍ୟକ୍ତି ମାନଙ୍କୁ ମିଶାଇ ମୋଟ ୨୧ ଜଣଙ୍କୁ ଆଲୋଚନାରେ ଭାଗ ନେବାପାଇଁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ଅନୁପସ୍ଥିତ ଥିଲେ,ମୋଟ୧୭ ଜଣ ଆଲୋଚନାରେ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଛନ୍ତି । ସେମାନେ ହେଲେ ୧. ରାଜ କିଶୋର ପାତ୍ର, ସଭାପତି, ହୋଟେଲ୍ ମାଲିକ ସଂଘ , ୨.ଲୋକନାଥ ପାଣି .ସମ୍ପାଦକ, ପୁରୀ ବସ୍ ମଲିକସଂଘ, ୩.ପ୍ରିୟ ରଂଜନ ଜେନା , ସମ୍ପାଦକ,ଟାଉନ୍ ବସ୍ ମାଲିକ ସଂଘ, ୪. ସାଗର ପଣ୍ଡା ,ସମ୍ପାଦକ ନୀଳାଚଳ ଟ୍ୟକସି
ମାଲିକ ସଂଘ,୫. ଏମ୍. ଅକ୍ଷୟ.,ସମ୍ପାଦକ ରେଳ ଷ୍ଟେସନ ଅଟୋ ରିକ୍ସା ସଂଘ,୬. ଯଶୋବନ୍ତ ପାତ୍ର,ସଭାପତି ମାରିଚିକୋଟ .. ସିଂହଦ୍ଵାର ବ୍ୟବସାୟୀ ସଂଘ, ୭.ଜିତେନ୍ଦ୍ର ରାଉତ,ସମ୍ପାଦକ, ମରିଚିକୋଟ..ସିଂହଦ୍ଵାର ବ୍ୟବସାୟୀ ସଂଘ ୮.ବିଜୟ ସୁବୁଦ୍ଧି,ସଭାପତି, ଡ଼ିଷ୍ଟିବୁଟର ଓ ଟ୍ରେଡ୍ର ,ସଂଘ,ପୁରୀ,
୯.ପ୍ରଦ୍ୟୁମ୍ନ ମିଶ୍ର , ସମ୍ପାଦକ, ପ୍ରୟାସ,ପୁରୀ,୧୦.ସୂର୍ଯ୍ୟ.. ନାରାୟଣ ମହାପାତ୍ର,ଜିଲ୍ଲା ସଭାପତି, ଶ୍ରୀସତ୍ୟ ସାଇ ସେବା ସଂସ୍ଥା,୧୧.ପ୍ରଭାସ ସାହୁ, ସମ୍ପାଦକ ଜୟଜଗନ୍ନଥ ସେବା ସମିତି,। ଏତତ୍ ବ୍ୟତୀତ ଆଲୋଚନାରେ ଭାଗନେଇଥିବା ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ହେଲେ ୧୨.ମଳୟ ମିଶ୍ର ,ଫ୍ରାନ୍ସ ଆମ୍ବସଦର୍(ଅବସରପ୍ରାପ୍ତ) ୧୩. ଡ଼ା.ବସନ୍ତ ପତି, gynecologist ସମ ହସ୍ପିଟାଲ ୧୪ ଶରତ ଚନ୍ଦ୍ର ସିଂଦେଓ,ନୀଳାଚଳ ସରସତ୍ଵ ସଂଘ ପୁରୀ,୧୫.ଚକ୍ରଧର ମହାପାତ୍ର ,ସମ୍ପାଦକ, ବ୍ୟଙ୍କ କର୍ମଚାରୀ ସଂଘ,ପୁରୀ,
୧୬.ଜୟନ୍ତ କୁମାର ଦାସ, ଆର. ଟି. ଆଇ ଆକ୍ତିଭିଷ୍ଟ୍ ୧୭.ଶିକ୍ଷାବିତ୍ ଡା.କୈଳାଶ ଚନ୍ଦ୍ର ଟିକାୟତ ରାୟ, ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ।ଉପରୋକ୍ତ ସଂଘର କର୍ମକର୍ତ୍ତା ଏବଂ ବିଶିଷ୍ଟ ବ୍ୟକ୍ତିତ୍ଵ ମାନେ ଆଜିର ବିଚାର ବିମର୍ଶ ଆଲୋଚନାରେ ଭାଗନେଇ ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ନିଜସ୍ୱ ମତ ରଖିଛନ୍ତି । ଏହି ଆଲୋଚନାରେ ଶ୍ରୀମନ୍ଦିର ପରିଚାଳନା କମିଟି ର ସେବକ ପ୍ରତିନିଧି ଶ୍ରୀ ରାମ ଚନ୍ଦ୍ର ଦାସ ମହାପାତ୍ର,ଶ୍ରୀ ଅନନ୍ତ ତିଆଡ଼ି, ଶ୍ରୀ ମାଧବ ଚନ୍ଦ୍ର ପୂଜାପଣ୍ଡା , ଏବଂ ଶ୍ରୀମନ୍ଦିର ପ୍ରଶାସକ(ନୀତି)ଶ୍ରୀ ଜିତେନ୍ଦ୍ର ସାହୁ,ଶ୍ରୀ ମନ୍ଦିର ପ୍ରଶାସକ(ଉନ୍ନୟନ) ଶ୍ରୀ ଅଜୟ କୁମାର ଜେନା ମହୋଦୟ ଉପସ୍ଥିତ ଥିଲେ । ଶ୍ରୀଜଗନ୍ନାଥ ଟ୍ୱେମ୍ପୁଲ ଆଡମିନଷ୍ଟ୍ରେସନ, ପୁରୀ ତରଫରୁ ଏହି ସୂଚନା ପ୍ରାପ୍ତ ହୋଇଛି |