
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶ୍ରୀମନ୍ଦିର ସେବାୟତମାନଙ୍କ ପାଇଁ କରୋନା ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ହୋମିଓପ୍ୟାଥି ଔଷଧ ବଣ୍ଟନର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ମୋଟ ୨୫୦୦ ସେବାୟତ ଓ ତାଙ୍କ ପରିବାର ତଥା ଶ୍ରୀମନ୍ଦିର କର୍ମଚାରୀଙ୍କୁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଆଞ୍ଚଳିକ ହୋମିଓପ୍ୟାଥି ଗବେଷଣା ସଂସ୍ଥାନ ତରଫରୁ ଏହି ଔଷଧ ନିଶୁଳ୍କ ଯୋଗାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆୟୋଜିତ ଚଳିତ ମାସ ୧୫ ରୁ ଆରମ୍ଭ ହୋଇଥିବା ଦ୍ବିଦିବସୀୟ ସ୍ୱାସ୍ଥ୍ୟ ଶିବିରରେ କେନ୍ଦ୍ର ସରକାରଙ୍କ ଗବେଷଣା ସଂସ୍ଥାନର ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି ଉପସ୍ଥିତ ରହିଥିଲେ | ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କରୋନା ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପ୍ୟାଥି ଔଷଧ ସେବନ ସହିତ ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ବିଶ୍ରାମ ଓ ଯୋଗ ପ୍ରଣାୟମ ଆଦି ନିୟମିତ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
ଉଦଯାପନି ସମାରୋହରେ ଯୋଗ ଦେଇ ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଓ ଲୋକ ସମ୍ପର୍କ ଉପ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ଶିବିରରେ ଯୋଗାଇ ଦିଆଯାଇଥିବା ସେବା ପାଇଁ ହୋମିଓପ୍ୟାଥି ଗବେଷଣା ସଂସ୍ଥାନ ଓ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଓ
କରୋନା ବିରୁଦ୍ଧରେ ଲଢ଼େଇ ଜାରି ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ସୂଚନାଯୋଗ୍ୟ ଗତ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟ ଏହିଭଳି ଶିବିର ଆୟୋଜନ କରାଯାଇ ଏହି ଔଷଧ ପ୍ରାୟ ୧୫୦୦ ସେବାୟତ ପରିବାରଙ୍କୁ ନିଶୁକ୍ଳ ବିତରଣ କରାଯାଇଥିଲା।
ଉକ୍ତ ଶିବିରକୁ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟର ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡାକ୍ତର ପଞ୍ଚାନନ ପ୍ରଧାନ ସଂଯୋଜନା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO