
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ମିଶନ ଓଡ଼ିଶାର ଆହ୍ବାନ,ଚାଲ ଆମେ କରିବା ଗାଁ ଗାଁ ରେ ଲାଇବ୍ରେରୀ। ଦାନ ଉତ୍ସବରେ ସାମିଲ ହେବା ଆମ ନିକଟରେ ଥିବା ପୁରୁଣା ପୁସ୍ତକ, ଯେଉଁ ପୁସ୍ତକକୁ ଆମେ ପଢି ସାରିଛେ। ସେହି ପୁସ୍ତକକୁ ଆଉ କିଏ ପଢିବାର ସୁଯୋଗ ସୃଷ୍ଟି କରିବା। ଯାହାଫଳରେ ଶିକ୍ଷା ର ବିକାଶ ଘଟିବ ଏବଂ ଗାଁ ର ଛାତ୍ରଛାତ୍ରୀ ମାନେ ଲାଇବ୍ରେରୀ ରେ ପଢିବାର ସୁଯୋଗ ପାଇବେ। ପ୍ରଥମ ପଦକ୍ଷେପ ପୁରୀ ଜିଲ୍ଲାର ବ୍ରହ୍ମଗିରି ର କପିଳେଶ୍ବରପୁର ଗାଁରେ ଏବଂ ସତ୍ୟବାଦୀର ସାରଙ୍ଗଯୋଡି ଠାରେ ପ୍ରତିଷ୍ଠା କରାଯିବ ତେଣୁ ଆସନ୍ତୁ ସହଯୋଗର ହାତବଢାନ୍ତୁ। ଆପଣ ପୁସ୍ତକ ଦଶବତାର ମଠ ନିକଟ ବିଷ୍ଣୁ ମେଡିସିନରେ ଦେଇପାରିବେ ଏବଂ ପୁସ୍ତକ ଦେବାବେଳେ ଆପଣଙ୍କ ନାମ ,ଠିକଣା, ଫୋନ ନଂ ଦେବେ। ଯଦି ଅଧିକ ପୁସ୍ତକ କିମ୍ବା ଦେବା ପାଇଁ ଲୋକବଳ ନାହିଁ ତାହାହେଲେ ମୋ ଫୋନ ନମ୍ବର ୭୯୭୮୦୬୬୫୬୦, ୯୪୩୮୫୯୦୬୪୧ କଲ କରି ଠିକଣା ଦେବେ କିମ୍ବା ହ୍ଵାଟ୍ସଆପ ରେ ମେସେଜ ଦେଲେ ଆମେ ଆପଣଙ୍କ ଘରୁ ଆଣିବାର ବ୍ୟବସ୍ଥା କରିବୁ |ମିଶନ ଓଡ଼ିଶା ତରଫରୁ ମଧୁସୂଦନ ମିଶ୍ର ସମସ୍ତଙ୍କ ନିବେଦନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO