
ବ୍ରହ୍ମପୁର: ସ୍ଥାନୀୟ ପୁୁରୁଣା ବ୍ରହ୍ମପୁର ନିକଟସ୍ଥ ନୀଳକଣ୍ଠନଗର ମୁଖ୍ୟରାସ୍ତାରେ ବ୍ରହ୍ମପୁରର ପ୍ରଥମ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ୍ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ସିସିରଭା ବ୍ୟାଡମିଣ୍ଟନ ଏକାଡେମୀ ପକ୍ଷରୁ ଏହି ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇଛି । ସହରର ବ୍ୟାଡ୍ମିଣ୍ଟନ ଖେଳାଳୀମାନେ ଏଠାକୁ ଆସି ଖେଳିପାରିବେ ବୋଲି ଜଣାପଡିଛି । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଡିୟମ୍ର ମୁଖ୍ୟ ବରିଷ୍ଠ ଆଇନ୍ଜୀବୀ ଶିଶିର ପାଢ଼ୀ, ଭାରତ ଉତ୍ତୋଳନକାରୀ ଡିଏସ୍ପି କେ.ରବିକୁମାର, କିଶୋର ବିଷୋୟୀ, ପାର୍ଥସାରଥି ପାଢ଼ୀ, ପୀତବାସ ପଣ୍ଡା, ସୁବାଶ ମହାରଣା, କୈଳାଶ ରଣା, ପ୍ରଦୀପ କୁମାର ଚୌଧୁରୀ, କାମନା ପାଢ଼ୀ, ବୁଢ଼ା ପାଣିଗ୍ରାହୀ, ଯୁଗଳ ବିଷୋୟୀ, କୈଳାଶ ମହାନ୍ତି, ଅରୁଣ ପାଢ଼ୀ,ସନ୍ତୋଷ କୁମାର ବେବର୍ତ୍ତାଙ୍କ ସମେତ ସହରର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ସହରର ବ୍ୟାଡ୍ମିଣ୍ଟନ ଖେଳାଳୀଙ୍କ ପାଇଁ ଏଭଳି ଏକ ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ୍କରି ଖେଳାଳୀଙ୍କୁ ଖେଳର ସୁଯୋଗ ଦେଇଥିବାରୁ ସିସିରଭା ଏକାଡେମୀକୁ ଅତିଥିମାନେ ସାଧୁବାଦ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO