

Related Stories
May 4, 2025
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ମିଶନ ଓଡ଼ିଶାର ଆହ୍ବାନ,ଚାଲ ଆମେ କରିବା ଗାଁ ଗାଁ ରେ ଲାଇବ୍ରେରୀ। ଦାନ ଉତ୍ସବରେ ସାମିଲ ହେବା ଆମ ନିକଟରେ ଥିବା ପୁରୁଣା ପୁସ୍ତକ, ଯେଉଁ ପୁସ୍ତକକୁ ଆମେ ପଢି ସାରିଛେ। ସେହି ପୁସ୍ତକକୁ ଆଉ କିଏ ପଢିବାର ସୁଯୋଗ ସୃଷ୍ଟି କରିବା। ଯାହାଫଳରେ ଶିକ୍ଷା ର ବିକାଶ ଘଟିବ ଏବଂ ଗାଁ ର ଛାତ୍ରଛାତ୍ରୀ ମାନେ ଲାଇବ୍ରେରୀ ରେ ପଢିବାର ସୁଯୋଗ ପାଇବେ। ପ୍ରଥମ ପଦକ୍ଷେପ ପୁରୀ ଜିଲ୍ଲାର ବ୍ରହ୍ମଗିରି ର କପିଳେଶ୍ବରପୁର ଗାଁରେ ଏବଂ ସତ୍ୟବାଦୀର ସାରଙ୍ଗଯୋଡି ଠାରେ ପ୍ରତିଷ୍ଠା କରାଯିବ ତେଣୁ ଆସନ୍ତୁ ସହଯୋଗର ହାତବଢାନ୍ତୁ। ଆପଣ ପୁସ୍ତକ ଦଶବତାର ମଠ ନିକଟ ବିଷ୍ଣୁ ମେଡିସିନରେ ଦେଇପାରିବେ ଏବଂ ପୁସ୍ତକ ଦେବାବେଳେ ଆପଣଙ୍କ ନାମ ,ଠିକଣା, ଫୋନ ନଂ ଦେବେ। ଯଦି ଅଧିକ ପୁସ୍ତକ କିମ୍ବା ଦେବା ପାଇଁ ଲୋକବଳ ନାହିଁ ତାହାହେଲେ ମୋ ଫୋନ ନମ୍ବର ୭୯୭୮୦୬୬୫୬୦, ୯୪୩୮୫୯୦୬୪୧ କଲ କରି ଠିକଣା ଦେବେ କିମ୍ବା ହ୍ଵାଟ୍ସଆପ ରେ ମେସେଜ ଦେଲେ ଆମେ ଆପଣଙ୍କ ଘରୁ ଆଣିବାର ବ୍ୟବସ୍ଥା କରିବୁ |ମିଶନ ଓଡ଼ିଶା ତରଫରୁ ମଧୁସୂଦନ ମିଶ୍ର ସମସ୍ତଙ୍କ ନିବେଦନ କରିଛନ୍ତି |