
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ର ଆବାହକ ଅନୀଲ କୁମାର ସାହୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଙ୍କୁ ଏକ ଚିଠି ଲେଖିତରେ ପ୍ରଦାନ କରି ଅନୁରୋଧ କରିଛନ୍ତି |ଉକ୍ତ ଚିଠିରେ ଶ୍ରୀସାହୁ ଉଲ୍ଲେଖ କରିଛନ୍ତି ଯେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଆପଣଙ୍କ ନିକଟରେ ଜଣାଉଅଛୁ କି ସାରା ଦେଶରେ ଜୋଭିଡ଼ ସଂକ୍ରମଣ ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ଦାର୍ଘଦିନ ହେବ ଦର୍ଶନାର୍ଥୀଙ୍କ ବିନା କାର୍ଯ୍ୟ କରୁଛି । ସେଥିରୁ ଶ୍ରୀମନ୍ଦିର ମଧ୍ୟ ବାଦ୍ ପଡ଼ିନାହିଁ । କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଉକ୍ତ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ତେଣୁ ଆମେ ନିବେଦନ କରୁକି ଯେଉଁଭଳି ଭାବରେ ବିଧାୟକ, ସାଂସଦ, ମନ୍ତ୍ରୀ ଆସି ଅରୁଣସ୍ତମ୍ଭ ନିକଟରେ ଦର୍ଶନ କରୁଛନ୍ତି ସେଭଳି ସର୍ବସାଧାରଣ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ କୋଭିଡ଼ର ସମସ୍ତ ନିୟମ ମାନି ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଯାଇ ଦର୍ଶନ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଉ ।ଉପରୋକ୍ତ ବିଷୟକୁ ହୃଦୟଙ୍ଗମ କରି ଆମର ଏହି ଅନୁରୋଧ ପ୍ରତି ଧ୍ୟାନ ଦେଲେ ଆମେ ବିଶେଷ ଉପକୃତ ହେବୁ ।