
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ସାର୍ବସାଧାରଣ ଏବଂ ଭକ୍ତ ମାନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ବିଚାର ବିମର୍ଶ ପ୍ରକ୍ରିୟାର ଚତୁର୍ଥ ଦିବସ ତା ୧୪.୧୦.୨୦୨୦ ରିଖ (ବୁଧବାର) ଦିବା ୧.୦୦ ଘଣ୍ଟା ସମୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ମହୋଦୟ ଆଠ ‘ ଗୋଟି ନିଯୋଗ ର ସଭାପତି , ସମ୍ପାଦକ ଏବଂ ମୁକ୍ତି ମଣ୍ଡପ ପଣ୍ଡିତ ସଭା ର କାର୍ଯ୍ୟକାରୀ ସଭାପତିଙ୍କ ସମେତ ଉକ୍ତ ନିଯୋଗ ମାନଙ୍କର ଅନ୍ୟାନ୍ୟ ବରିଷ୍ଠ ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପାଇଁ ଉପସ୍ଥିତ ଥିବା ନିଯୋଗ ମାନେ ହେଲେ , ଦଇତାପତି ନିଯୋଗ , ସୁଦ୍ଧ- ସୁଆର ନିଯୋଗ,ମୁଦୁଲି ନିଯୋଗ ,ଘଟୁଆରୀ ନିଯୋଗ, ମହାସୁଆର ନିଯୋଗ, ଚୁନାରା ନିଯୋଗ,ପାଣିଆପଟ ନିଯୋଗ,ଏବଂ ଅଖଣ୍ଡ ମେକାପ ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟ,ଶ୍ରୀମନ୍ଦିର ପ୍ରଶାସକ (ନୀତି), ଶ୍ରୀମନ୍ଦିର ପ୍ରଶାସକ(ଉନୟନ) ଉପସ୍ଥିତ ଥିଲେ । ଆସନ୍ତା କାଲି ତା୧୫.୧୦.୨୦୨୦ ରିଖ ମତାମତ ସଂଗ୍ରହ ପାଇଁ ସହରର ବରିଷ୍ଠ ନାଗରିକ ,ଶିକ୍ଷାବିତ , ଏବଂ ଆଇନଜୀବି ମାନଙ୍କ ଠାରୁ ସେମାନଙ୍କ ମତାମତ ସଂଗ୍ରହ କାର୍ଯ୍ୟକର୍ମ ରହିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO