
ବ୍ରହ୍ମପୁର: ସର୍ବଭାରତୀୟ ସ୍ତରର ନାଇଜ୍ର(ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେଶନ୍ ଆଣ୍ଡ ରିସର୍ଚ୍ଚ) ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଦେଶର ୯୦ଟି ସହରରେ ଗତ ୨୯.୯.୨୦୨୦ରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ଅନ୍ଲାଇନ୍ ପରୀକ୍ଷା କରାଯାଇଥିଲା । ୧୩.୧୦.୨୦୨୦ରିଖରେ ପ୍ରକାଶ ପାଇଥିବା ପରୀକ୍ଷା ଫଳାଫଳରୁ ୧୮୨୩ଜଣଙ୍କୁ ର୍ୟାଙ୍କ ମିଳିଛି । ଏହି ସର୍ବଭାରତୀୟ ସ୍ତରର ସମ୍ମାନଜନକ ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ପିଲାଙ୍କୁ କଠୋର ପରିଶ୍ରମ କରିବାକୁ ପଡିଥାଏ । ଏହି ବର୍ଷ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିରର ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ର ବିକାଶ ଅଗ୍ରୱାଲ ରାଜ୍ୟସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ସହ ସର୍ବଭାରତୀୟସ୍ତରରେ ୨୦ତମ ସ୍ଥାନ ଅଧିକାର କରି ଅନୁଷ୍ଠାନ ଏବଂ ନିଜ ପରିବାର ପାଇଁ ଗୌରବ ଆଣିଛନ୍ତି । ପ୍ରକାଶଥାଉକି, ବିକାଶ ଅଗ୍ରୱାଲ ବ୍ରହ୍ମପୁର ସହରର ଶିଶୁରୋଗ ବିଶେଷଜ୍ଞ ଡକ୍ଟର ସୁନୀଲ ଅଗ୍ରୱାଲ ଏବଂ ସୁନିତା ଅଗ୍ରୱାଲଙ୍କ ପୁତ୍ର ତଥା ବାଲୁଗାଁ ନିବାସୀ କହ୍ନେୟାଲାଲ୍ ଅଗ୍ରୱାଲ ଏବଂ ବିଶ୍ୱନାଥ ଚନ୍ଦୁକାଙ୍କ ନାତି ଅଟନ୍ତି । ବିକାଶ କେ.ଭି.ପି.ୱାଇ ଏବଂ ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ ପରି ଜାତୀୟସ୍ତରର ବିଭିନ୍ନ ପରୀକ୍ଷାରେ ନିଜର କୃତିତ୍ୱ ଏବଂ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଏହି ଅଭୁତ ପୂର୍ବ ସଫଳତା ପାଇଁ ଅନୁଷ୍ଠାନର ବହୁ ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ପରିଚାଳନା କମିଟିର ସଭାପତି ଡ.ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ.ହରେକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ଜେନା, ଯୁଗ୍ମ ସମ୍ପାଦିକା ମମତା ପାଣିଗ୍ରାହୀ, ନୀଳକଣ୍ଠ ସାହୁ, ସଦସ୍ୟା ବାସନ୍ତି ବେହେରା, ଅଧ୍ୟକ୍ଷ ଏସ୍.ମୋହନ ରାଓ, ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ଏବଂ ସୁବ୍ରତ କୁମାର ପାଣିଗ୍ରାହୀ ବିକାଶ ଭାଇଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO