
ଜଗନ୍ନାଥ ପ୍ରସାଦ ବ୍ଲକ କୁ ଆଜି ଶୁକ୍ରବାର ଗଞ୍ଜାମ ଜୀର୍ଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଗସ୍ତ ରେ ଆଶି ପହଞ୍ଚି ଥିଲେ l ଗସ୍ତ ଖବର ଶୁଣି ଆଜି ସମସ୍ତ ବ୍ଲକ କର୍ମକର୍ତ୍ତା ଠିକ ସମୟରେ କାର୍ଯ୍ୟ ରେ ହାଜର l ବ୍ଲକ କାର୍ଯ୍ୟାଳୟ ରେ ବ୍ଲକ ଅଧିକାରୀ ସୁରେଶ ପଣ୍ଡା ଙ୍କ ସହ ଜୀର୍ଲ୍ଲା ପାଳ କିଛି ସମୟ ଆଲୋଚନା କରି ରାଉତି ପଂଚାୟତ ର ଚାରିକୋଣୀଆ ଠାରେ ନିର୍ମାଣ ସାରିଥିବା ଆଦର୍ଶ ଗୁହାଳ ଦେଖିବାକୁ ବାହାରି ଥିଲେ l ନିର୍ମାଣ ସାରିଥିବା ଗୁହାଳ ଦେଖୁ ଦେଖୁ ଗାଳି ଖାଇଲେ ଯନ୍ତ୍ରୀ ମହୋଦୟ l ଗୁହାଳ ର ଡ୍ରେନେଜ ବ୍ୟବସ୍ଥା କୁ ନେଇ ଅସନ୍ତୋଷ ହେବାସହ କେବଳ ଇଞ୍ଜିନିଅର ହୋଇ ଗଲେ ହବନି ଆଦର୍ଶ ଗୁହାଳ ର ନିର୍ଧାରିତ ଗାଇଡ଼ ଲାଇନ ଙ୍କୁ ଦେଖିକରି ନିର୍ମାଣ ହେବାଦରକାର l ଏଥି ସହ ସମସ୍ତ ଅଂଚଳ ରେ ଆଦର୍ଶ ଗୁହାଳ ନିର୍ମାଣ ସମୟ ରେ ଭିଜିଟ କରିବାକୁ ଓ ନିର୍ମାଣ ସାରିଥିଲେ ମଧ୍ୟ ଟଙ୍କା ପାଇ ନଥିବା ଶୁଣି ଦୁଇ ଦିନ ମଧ୍ୟରେ ଟଙ୍କା କରାଇବା କୁ ନିର୍ଦେଶ ଦେଇ ଥିଲେ l ଅଳସୁ ପଂଚାୟତ ର ଏକଘରିଆ ଠାରେ ସରକାର ଙ୍କ ଦ୍ୱାରା ଆସୁଥିବା ଅନେକ ଯୋଜନା କୁ କିଭଳି ସଫଳ କରି ଦେଖାଇଛନ୍ତି ଉକ୍ତ ଗ୍ରାମ ର ସୀତାରାମ ସାହୁ, ସନ୍ତୋଷ ସାହୁ ସେ ନେଇ ଦେଖୀ ବାକୁ ବାହାରି ଥିଲେ ଜୀର୍ଲ୍ଲାପାଳ ଆଖୁ ଚାଷ, କଦଳୀ ଚାଷ, ନଡ଼ିଆ ଚାଷ , ମୋ ପୋଖରୀ ରୁ ମାଛ ଚାଷ,ନଡ଼ିଆଚାଷ ଭଣ୍ଡା ଚାଷ, ଆଦର୍ଶ କୂଅ ଦ୍ୱାରା ଚାଷ ଜମି କୁ ପାଣି ସିଞ୍ଚନ ଅନେକ ଯୋଜନା କୁ ଦେଖୀ ଖୁସି ବ୍ୟକ୍ତ କରି ଚାଷୀ ମାନଙ୍କ ପାଇଁ ଆସୁଥିବା ଅନେକ ଯୋଜନା କୁ ଚାଷୀ ଙ୍କ ପାଖରେ ପହଞ୍ଚାଇବା କୁ ଉପସ୍ଥିତ ଥିବା ଅଧିକାରୀ ଙ୍କୁ ବୁଝାଇ ଥିଲେ l
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO