
ଦେଶରେ ବଢୁଥିବା ଅହେତୁକ ନାରୀ ନିର୍ଯାତନା ଓ ନିକଟ ରେ ଉତ୍ତରପ୍ରଦେଶ ରେ ଘଟିଥିବା ଗଣଦୁଷ୍କର୍ମ ହତ୍ୟା ଓ ପୋଲିସ ଦ୍ୱାରା ରାତିଅଧିଆ ପ୍ରମାଣ ନଷ୍ଟ କରିବାକୁ ଯେଉଁଭଳି ଭାବରେ ଶବକୁ ପୋଡିଦିଆଗଲା ଏହା ଯୋଗୀ ସରକାର ର ଜଙ୍ଗଲରାଜ କୁ ଜଳଜଳ କରି ପ୍ରମାଣ ମିଳୁଛି I ଏହି ପରିପ୍ରେକ୍ଷୀ ରେ ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ପିଡିତା ଙ୍କୁ ନ୍ୟାୟ ଦାବି ରେ ଏକ କ୍ୟାଣ୍ଡାଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି Iଉତ୍କଳମଣି ଙ୍କ ଜନ୍ମ ଦିବସ ରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାପ୍ରଣ କରି କ୍ୟାଣ୍ଡାଲ ଶୋଭାଯାତ୍ରା ସ୍ଥାନୀୟ ବସ ଷ୍ଟାଣ୍ଡ ଠାରୁ ଖାଲା ସାହି ପ୍ରଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଶୋଭାଯାତ୍ରା କାର୍ଯ୍ୟକ୍ରମ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ନେତ୍ତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଚିନ୍ମୟ କୁମାର ହୋତା,ଦେବାଶିଷ ମହାନ୍ତି ମଣ୍ଟୁ ପ୍ରଧାନ, ଲୋକନାଥ ସେଠି,ସାନୁ ବେହେରା,ଜବାହାରଲାଲ ସାହୁ,ପୂର୍ଣ୍ଣଚନ୍ଦ୍ର ସାହୁ,ବିନାୟକ ପାଣିଗ୍ରାହୀ ସମେତ ବହୁ ଯୁବ କଂଗ୍ରେସ ର ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO