ସାହିଭାଇ ଅନୁଷ୍ଠାନର ସଂକଳ୍ପ ସପ୍ତାହର ଚତୁର୍ଥ ଦିନ ଅବସରରେ, ଅନୁଷ୍ଠାନର ସମ୍ପାଦକଙ୍କ ତତ୍ତ୍ୱାବଧାନରେ ଆଜି ପୁରୀ ବେଳାଭୂମିଠାରେ ବିଭିନ୍ନ ସାମାଜିକ ଗଣମାଧ୍ୟମର ଯଥା ଟ୍ଵିଟର, ଫେସବୁକ ଇତ୍ୟାଦି ମାଧ୍ୟମରେ କିପରି ଭାବେ ବିଭିନ୍ନ ସାମାଜିକ ସମସ୍ୟା ଗୁଡିକର ସମାଧାନ ହୋଇ ପାରିବ ସେ ନେଇ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା।
ଏହି ଅବସରରେ ସ୍ଥାନୀୟ ନୀଳମାଧଵ ଯୁବକ ସଙ୍ଘ ସହଯୋଗରେ ପୂର୍ବରୁ ଟ୍ଵିଟର ମାଧ୍ୟମରେ ପ୍ରଶାସନକୁ ଆବେଦନ କରାଯାଇଥିବା ରଟି ରାଜାଲାମା (ବାଲି ନୋଳିଆ ସାହି), କମଳିନୀ ଦାସ(ଚୁଡଙ୍ଗ ସାହି) ଏବଂ ଜୟଶୀଳା ଦେବୀ (ଉପରନୁଆ ସାହି)ଙ୍କୁ ସେମାନଙ୍କ ରାସନ କାର୍ଡ଼ ପ୍ରଦାନ କରାଯାଇଥିଲା ଯା ଦ୍ୱାରା କି ସେମାନଙ୍କ ପରିବାରର ଅନ୍ୟୁନ ୧୪ ଜଣ ଉପକୃତ ହୋଇ ପାରିଛନ୍ତି।
ଏତଦ ବ୍ୟତୀତ ଏହି ସଭାରେ ସାମାଜିକ ଗଣମାଧ୍ୟମ ଗୁଡିକୁ ଆଗକୁ ମଧ୍ୟ କିପରି ଭାବେ ଅଧିକ ଲୋକାଭିମୁଖୀ କରି ସମାଜର ଉନ୍ନତି ସାଧନ କରି ହେବ ସେ ନେଇ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।
ଚଳିତ ବର୍ଷ କୋଭିଡ଼୧୯ ନିୟମ କୁ ପାଳନ ପୂର୍ବକ ସମ୍ପୁର୍ଣ୍ଣ ନିରାଡମ୍ବର ପୂର୍ଣ୍ଣ ଭାବେ ସ୍ବଲ୍ପ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହି ସପ୍ତାହକୁ ପାଳନ କରିବାକୁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଛି ।