
ଶେରଗଡ:ବ୍ରହ୍ମପୁର ସ୍ଥିତ ରୋଟାରୀ କ୍ଳବ ଇଷ୍ଟ ତରଫରୁ ବିଶ୍ବ ଗୁରୁ ଦିବସ ଅବସରରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାର 9 ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।କ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମାନ ପ୍ରଦାନ ଉତ୍ସବରେ ସଂପାଦକ କାମରାଜୁ ମହାରଣା କ୍ଳବର ବିଭିନ୍ନ ସମାଜସେବୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।ଲିଟେରେସୀ ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶ ସମାଜରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ।ଦେଶ ଗଠନରେ ଶିକ୍ଷା ଓ ଶିକ୍ଷକ ହେଉଛନ୍ତି ପ୍ରମୁଖ ମାଧ୍ଯମ।ଯାହାର ସହଯୋଗ ଓ ପରିଶ୍ରମରେ ସମାଜରୁ ଅଶିକ୍ଷା ଦୂର ହେବା ସହ ବିକାଶ ସର୍ବସ୍ପର୍ଶୀ ହୋଇ ପାରିଥାଏ।ଏହି ପରିପ୍ରେକ୍ଷୀରେ ସମାରୋହରେ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ସକାଶେ ଉତ୍ତମ ଶିକ୍ଷାଦାନ,ସହଯୋଗ,ମେଳାପୀ ଓ ନୂତନ ଜ୍ଞାନ ପ୍ରଦାନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ଯରେ ଶେରଗଡ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତ ଅଧିନ ପୁନାନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗଗନ କୁମାର ଗୌଡ ସମ୍ମାନିତ ହୋଇ ବିଦ୍ଯାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିବାରେ ସଫଳ ହୋଇପାରିଛନ୍ତି।ଶିକ୍ଷକ ଶ୍ରୀ ଗୌଡଙ୍କ ଏଭଳି ସମ୍ମାନ ପରେ ବ୍ଲକ ଓ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO