
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଓଡିଶା ରାଜନୀତିର ଜଣେ ବରିଷ୍ଠ ନିର୍ଭିକ ଜନପ୍ରିୟ ରାଜନେତା ଓ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ପୁରୀ ଷ୍ଟୁଡେଣ୍ଟସ ଫୋରର୍ମ ତରଫରୁ ସ୍ଥାନୀୟ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହ ସେ ମହାନ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା |ସ୍ବର୍ଗତ ପ୍ରଦୀପ ମହାରଥୀ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ଥିବା ସହ ଛାତ୍ର ସାଂସଦର ସଭାପତି ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ |ତାପରେ ତାଙ୍କର ଅଦମ୍ୟ ପ୍ରତିଭା ଓ ସଂଘର୍ଷ ପରେ ୧୯୮୫ ମସିହାରେ ପ୍ରଥମ ଥର ପିପିଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ |ଏହାପରେ ସେ କେବେବି ପଛକୁ ଚାହିଁନଥିଲେ |୭ ଥର ବିଧାୟକ ହେବାସହ ବହୁବାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତୀ ହୋଇଥିଲେ |
ସେ ମହାନ ନେତାଙ୍କୁ ମନେପକାଇ ପୁରୀ ଷ୍ଟୁଡେଣ୍ଟସ ଫୋରର୍ମ ତରଫରୁ ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ସେ ମହାନ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କର ସ୍ମୃତି ଚାରଣ କରିଥିଲେ |ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଶକ୍ତି ପ୍ରସାଦ ରଥ, ପୁରୀ ଷ୍ଟୁଡେଣ୍ଟସ ଫୋରମ ର କାର୍ଯ୍ୟକାରୀ ସଦସ୍ୟ ଶିବ ରଣା, ସୁବ୍ରତ ଦାଶ, ସାଇ ମହାପାତ୍ର, ବିରଜା ଶଙ୍କର ମିଶ୍ର, ରାଜେଶ ଖୁଣ୍ଟିଆ, ପିନାକୀ ଶ୍ରୀଚନ୍ଦନ, ବିଭୂ ରଣା, ନିରଞ୍ଜନ ଦେ, ସୌମ୍ୟ ଶତପଥୀଙ୍କ ସହ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO