
ଭଞ୍ଜନଗର ଆର.ଏମ.ସି ସଭାଗୃହ ରେ ରବିବାର ଘୁମୁସର ଫୋଟଗ୍ରାଫର ଆସୋସିଏସନ ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୭ମାସ ପରେ କୋରନା କୁ ଦୃଷ୍ଟିରେ ରଖି ସଂଘର ସମସ୍ତ ସଦସ୍ୟମାନେ ସାନିଟାଇଜର ଓ ସାମାଜିକ ଦୂରତା କୁ ଗୁରୁତ୍ୱ ଦେଇ ଉପସ୍ଥିତ ଥିଲେ।ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରଣାମ ଜଣାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଂଘର ସଭାପତି ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର, ଉପ ସଭାପତି ଚକ୍ରପାଣି ପ୍ରଧାନ, ସମ୍ପାଦକ ସାଗର ବେହେରା ଓ କୋଷାଧ୍ୟକ୍ଷ ସମୀର ସ୍ବାଇଁ ମଞ୍ଚରେ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଆଗାମୀ ଦିନରେ ଫୋଟ ର ଦାମ ବୃଦ୍ଧି, ଅଧିକ ସଭ୍ୟ ସଂଗ୍ରହ ଏବଂ ସଂଘକୁ ମଜବୁତ କରିବା ଓ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ସମସ୍ତେ ମତାମତ ରଖିଥିଲେ।ଆସନ୍ତା ଡିସେମ୍ବର ମାସ ଶେଷ ବେଳକୁ ଧୁମଧାମରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କରିବା ପାଇଁ ସମସ୍ତେ ମତ ଦେଇଥିଲେ।ଏଥିରେ ଭଞ୍ଜନଗର, ସୋରଡ଼ା, ଗାଙ୍ଗପୁର,କୁଲାଡ଼, ଜଗନ୍ନାଥ ପ୍ରସାଦ ଓ ଗୋବରା ଅଞ୍ଚଳର ପ୍ରାୟ୪୦ଜଣ ଫୋଟ ଗ୍ରାଫର ମାନେ ଅଂଶ ଗ୍ରହଣ କରିଥିଲେ।ଦର୍ପ ନାରାୟଣ ବେହେରା, ନିରଞ୍ଜନ ପ୍ରଧାନ, ସମୀର ବେହେରା, ଆଶିଷ କୁମାର ଓ ଅନ୍ୟମାନେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO