ଗଞ୍ଜାମ– ଗଞ୍ଜାମ ବ୍ରହ୍ମପୁର ମହାନଗର ନିଗମ (ବିଏମସି)ରେ ନୂଆ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଡ଼ଖେମୁଣ୍ଡି ସାହିରେ ୯ ବର୍ଷିୟ ଜଣେ ନାବାଳକ ଓ ଶିଳ୍ପାଚଂଳ ଲକ୍ଷ୍ମୀନଗରରେ ୧୦ ବର୍ଷିୟ ଜଣେ ନାବାଳିକା ସଂକ୍ରମିତ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସହରରେ ସୁସ୍ଥ ହାର ୯୫.୭୫ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୮୫ ପ୍ରତିଶତ ରହିଛି । ଅଯୋଧ୍ୟା ନଗର, ଅଲେଖ ନଗର, ଆମ୍ବ ମାର୍କେଟ୍, ଆଙ୍କୁଲି, ବଡ଼ ବଜାର, ବୈଦ୍ୟନାଥ ନଗର, ଗାନ୍ଧି ନଗର, ହାଉସିଂ ବୋର୍ଡ଼, ଖୋଡ଼ାସିଙ୍ଗି, ନରେନ୍ଦ୍ର ନଗର ଓ ପୁରୁଣା ବ୍ରହ୍ମପୁର ଅଂଚଳରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କମ୍ ସଂଖ୍ୟାରେ ଶିଶୁ ମାନେ ସଂକ୍ରମିତ ହେଉଛନ୍ତି । ଏଣୁ ଏଥି ପ୍ରତି ସତର୍କ ରହିବା ପାଇଁ ବିଶେଷଜ୍ଞ ଡ଼ାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଦୁଇ ଦିନ ଧରି ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ପାଗ ମୁଖ୍ୟତଃ କୋହଲା ରହିଛି । ତେଣୁ ଥଣ୍ଡା, ଜ୍ୱର ଓ କାଶ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ସହରବାସୀ ଏଥିପ୍ରତି ସତର୍କ ହେବା ସହିତ ସୁରକ୍ଷିତ ଭାବେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Related Stories
April 26, 2024