-
ପୀଡିତା ପରିବାର ୫ମାସରେ ପଞ୍ଚମଥର ପାଇଁ ଏସ୍ପିଙ୍କୁ ନ୍ୟାୟ ଭିକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନରେ ଆସୁଥିବା ଦେଖାଳି ଗାଁର ପ୍ରମୋଦିନୀ ନାୟକଙ୍କୁ ଜଘନ୍ୟ ଭାବେ ହତ୍ୟା ପରେ ନଦୀତଟରେ କ୍ଷତ ବିକ୍ଷତ ଭାବେ ମୃତ୍ୟୁ ଶରୀର ମିଳିଥିଲ । ପ୍ରାୟ ୧୪୫ଦିନ ହେଲାପରେ ମଧ୍ୟ ତଦନ୍ତରେ ଅଗ୍ରଗତି ଆଶା କ୍ଷୀଣ ଥିବାରୁ ଏବଂ ଦକ୍ଷିଣ ବିଭାଗର ଡିଆଇଜି ପ୍ରତିଶ୍ରୁତି ଦେବାପରେ ମଧ୍ୟ କେ.ନୂଆଗାଁ ପୁଲିସ୍ ଅପରାଧୀକୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାକୁ ନେଇ ତାଙ୍କ ମା’ ରମା ନାୟକ ଓ ପରିବାରର ଅନ୍ୟ ସଦସ୍ୟମାନେ ଆଇନ୍ଜୀବୀ ତଥା ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଏସ୍ପିଙ୍କୁ ପଞ୍ଚମଥର ତଥା ଶେଷଥର ପାଇଁ ସାକ୍ଷାତ କରି ମନ୍ଥର ଗତିରେ ତଦନ୍ତ ପ୍ରକ୍ରିୟା ଚାଲୁଥିବାରୁ ପୀଡିତା ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ । ଏସ୍ପି ଶ୍ରୀ ମିଶ୍ର ତଦନ୍ତ ପ୍ରକ୍ରିୟା ଚାଲିଛି ଅତିଶୀଘ୍ର ଅପରାଧିଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅପରାଧିଙ୍କୁ ତୁରନ୍ତ ନଧରିଲେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀକାନ୍ତ ପାଢ଼ୀ ଓ ରମା ନାୟକ କହିଛନ୍ତି । ଏସ୍ପିଙ୍କୁ ସାକ୍ଷାତ ସମୟରେ ପୀଡିତା ପରିବାରର ସଦସ୍ୟ, ଶୁଭମ ପ୍ରଧାନ, ଟୁକୁନା ଦାସ, ଆଲୋକ ନାୟକ, କିନ୍ନର ସଂଘର ସଭାପତି ବାବୁଲା ମହାପାତ୍ର ଏବଂ ତାଙ୍କ ସହଯୋଗୀ ଆଦି ସାମିଲ୍ ଥିଲେ । ସୂଚନା ଥାଉକି, ଦେଖାଲି ଗ୍ରାମର ରମା ନାୟକ ଓ ଲଡୁ ନାୟକଙ୍କ ଝିଅ ପ୍ରମୋଦିନୀଙ୍କୁ ହତ୍ୟା ଦିନ ମା’ଙ୍କ ସହ ବିଲ୍କୁ ଯାଇଥିଲେ । ବିଲ୍ରେ କାମ ସାରି ମା’ଙ୍କ ଅନୁମତି ନେଇ କଣ୍ଟଇକୋଳି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଝିଅର ଆସିବାର ବିଳମ୍ବ ଦେଖି ମା’ ନଦୀପଠାରେ ଝିଅର ମୃତଦେହ ପଡିଥିବାର ଦେଖିଥିଲେ । ତା’ପରେ ରମା ନାୟକ କେ.ନୂଆଗାଁ ଥାନାରେ ଅଭିଯୋଗ କରିବା ସହ ପୁଲିସ୍ ଶବ ଜବତ କରିବା ସମୟରେ ପ୍ରମୋଦିନୀଙ୍କ ଚପଲ ଗାଧୋଇବାକୁ ନେଇଥିବା ବାଲ୍ଟି ଓ ମୋବାଇଲ୍ ଜବତ କରିଥିଲେ । ପ୍ରାଥମିକ ତଦନ୍ତପରେ କେଶ୍ ନମ୍ବର ୨/୨୦ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO