ବ୍ରହ୍ମପୁର : ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘ ସଭାପତି ତଥା ପୂର୍ବତନ ଗଞ୍ଜାମ ଓକିଲ ସଂଘର ସଭାପତି ତଥା ବିଜେପିର ବରିଷ୍ଠ ନେତା ଶିଶିର ପାଢ଼ୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଶୁଭକାଂକ୍ଷୀ ଓ ସହକର୍ମୀଙ୍କ ସହ ସହରର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କରିବା ସହ ଚାରା ବଣ୍ଟନ କରିଥିଲେ । ଏହାସହ କରୋନା ମହାମାରୀରୁ କିପରି ନିଜକୁ ସୁରକ୍ଷା ରଖିବା ଓ ଅନ୍ୟଙ୍କୁ ସୁରକ୍ଷା ରଖିବାରେ ସଚେତନତା କରିବା ସେ ଦିଗରେ ସ୍ଥାନୀୟବାସିନ୍ଦାମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନାଥାଉକି, ଶ୍ରୀ ପାଢ଼ୀ ଦୀର୍ଘବର୍ଷଧରି ବିଜେପିର ଜଣେ ଶୃଙ୍ଖଳିତ କର୍ମୀଭାବେ ନିଜକୁ ଜାହିରକରି ଗଞ୍ଜାମ ଜିଲ୍ଲାରେ ବିଜେପିକୁ ସୁଦୃଢ଼ କରିବାରେ ବେଶ୍ କାର୍ଯ୍ୟକରି ଆସିଛନ୍ତି । ଏହାସହ ରାଜ୍ୟ ଆଇନ୍ଜୀବୀ ସଂଘର ସଭାପତି ଭାବେ ଦାୟୀତ୍ୱନେଇ ଆଇନ୍ଜୀବୀଙ୍କ ବହୁବିଧ ସମସ୍ୟାର ସମାଧାନ ମଧ୍ୟ କରି ରାଜ୍ୟସ୍ତରରେ ପ୍ରଶଂସିତ ହୋଇଛନ୍ତି । ଶ୍ରୀ ପାଢ଼ୀଙ୍କ ଜନ୍ମଦିନରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କ ସହକର୍ମୀ ରବିନ୍ଦ୍ର କୁମାର ସାହୁ, ବିଷ୍ଣୁ ସୁବୁଦ୍ଧି, ମୁନା ସାମନ୍ତରାୟ, ଗଜେନ୍ଦ୍ର ଚୌଧୁରୀ, ନିଳକଣ୍ଠ ସାହୁ, ସନ୍ତୋଷ କୁମାର ସାହୁ, ଶ୍ରୀକୁମାର ପୁରୋହିତ, ପାର୍ଥ ପାଢ଼ୀ, ମଧୁସୂଦନ ସାହୁ, ସତ୍ୟନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
April 19, 2024