
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା କୋଭିଡ୍ ସପ୍ତାହ ଅଭିଯାନ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭକରି ବ୍ଲକ୍ ଓ ଏନ୍ଏସି ଗୁଡିକରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିବା ସହ ଆଇନ୍ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୨୪ତାରିଖ ଠାରୁ ଆରମ୍ଭ ହୋଇଥିବା କୋଭିଡ୍ ସପ୍ତାହ ଅବସରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସପ୍ତାହବ୍ୟାପୀ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଗୁରୁବାର ବିଏମ୍ସିରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କମିଶନର ସିଦ୍ଧେଶ୍ୱର ବାଳିରାମ ବନ୍ଦାରୋଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରା ବିଏମ୍ସି କାର୍ଯ୍ୟାଳୟରୁ ବାହାରି ହନୁମାନ ବଜାର, ସାନବଜାର, ବଡବଜାର, କେଦାରେଶ୍ୱର ମନ୍ଦିର ଠାରୁ ଖାସ୍ପା ସାହି ଦେଇ ଠାକୁରାଣୀ ମନ୍ଦିର ପାର ହୋଇ ଡାଇମଣ୍ଡ ଟ୍ୟାଙ୍କରୋଡ ହୋଇ ପୁଣି ନିଗମ କାର୍ଯ୍ୟାଳୟକୁ ଫେରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଞ୍ଚସୂତ୍ରୀକୁ କିପରି ପାଳନ କରିବ ସେ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେବାସହ କରୋନା ଠାରୁ ନିଜେ ଦୂରେଇ ରହିବା ସହ ନିଜ ପରିବାରକୁ କିପରି ଦୂରେଇ ରଖି ସୁସ୍ଥ ଜୀବନଯାପନ କରିବା ଉପରେ ଅବଗତ କରାଇଥିଲେ । ଯେଉଁମାନେ ମାସ୍କ ପରିଧାନ କରିନଥିଲେ ସେମାନଙ୍କୁ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା । ଏହାସହ ସହରର ବିଭିନ୍ନ ଶୌଚାଳୟକୁ ଯାଇ ସେଠାକାର ପରିମଳ ବ୍ୟବସ୍ଥା ଅନୁଧ୍ୟାନ ସହ ସଫେଇ କାର୍ଯ୍ୟରେ ସାମିଲ୍ ହୋଇଥିଲେ କମିଶନର ସହ ଅନ୍ୟାନ୍ୟ ଅଧିକାରୀ । କାର୍ଯ୍ୟକ୍ରମରେ ଡେପୁଟି କମିଶନର ରୋମାଞ୍ଚଳ ଖମାରୀ, ଆଶୁତୋଷ ସାମଲଙ୍କ ସମେତ ପ୍ରତିଷ୍ଠା ସିଏଲ୍ଫ ଓ ସହରର ବିଭିନ୍ନ ଏସ୍ଏଚ୍ଜିର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO