
ବ୍ରହ୍ମପୁର: କିରୋସିନୀ କଳା ବଜାରୀରେ ଗଞ୍ଜାମ ଜିଲ୍ଳା ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଜିଲ୍ଳାରେ ବିଭିନ୍ନ କ୍ଷେତ୍ରରେ କନା ବଜାରୀ କରାଯାଇ ପ୍ରବଳ ମାତ୍ରାରେ ଦୁର୍ନୀତି କରାଯାଉଥିବା ବହୁବାର ସମ୍ନାକୁ ଆସିଛି । ଗତ ମାର୍ଚ୍ଚ ମାସ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନସାଧାରଣ କରୋନର ଭୟାବହତାରେ ଅତିଷ୍ଠ ହୋଇ ଜୀବନ ଜୀବୀକା ପାଇଁ ସଂଘର୍ଷ କରୁଥିବା ବେଳେ ଏହାର ସୁଯୋଗନେଇ ଜିଲ୍ଲା ଯୋଗାଣ ବିଭାଗର ହାତ ଥାଇ ସାଧାରଣ କିରୋସିନୀ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ହିତାଧିକାରୀଙ୍କୁ କିରୋସିନୀ ଦେବା ବଦଳରେ କେବଳ କାଗଜପତ୍ରରେ ହିଁ ଦେଲା ଭଳି ଏହା ଦର୍ଶାଯାଉଛି । କିନ୍ତୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ôଚତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗଞ୍ଜାମ ବିଜେପିର ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କାହ୍ନୁଚରଣ ପତି । ଦିଗପହଣ୍ଡି ଠାରେ ଦିନ ଦ୍ୱିପ୍ରହରରେ ଦିଗପହଣ୍ଡି ଡିପରୁ ସାଧାରଣ କିରୋସିନୀ ବଣ୍ଟନ ଗାଡିରୁ ପମ୍ପ ଯୋଗେ ବ୍ୟାରେଲ ବ୍ୟାରେଲ କିରୋସିନୀ ବାହାର କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭାଇରାଲ ଘଟଣାକୁ ଶ୍ରୀ ପତି ନିଜେ ଟ୍ୱିଟ୍ ଯୋଗେ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହ ବିଭାଗକୁ ଜୁଲାଇ ୨୯ତାରିଖରେ ଜଣାଇଥିଲେ ମଧ୍ୟ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଯାହାକି ଜିଲ୍ଲା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ପତି ମତ ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଗପହଣ୍ଡି ଡିପରୁ ଚିକିଟି ନିର୍ବାଚନ ମଣ୍ଡଳୀ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ହିତାଧିକାରୀଙ୍କୁ କିରୋସିନୀ ଯୋଗା ଯାଇଥାଏ । ସେହିଭଳି ଖଲ୍ଲିକଟରେ ମଧ୍ୟ ହିତାଧିକାରୀଙ୍କ କାର୍ଡରେ ଜବରଦସ୍ତୀ କିରୋସିନୀ ନେଲା ଭଳି ଲେଖାଇବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକୃତରେ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ଗତ ୬ମାସର କିରୋସିନୀକୁ ସିଧାସଳଖ ହିତାଧିକାରୀଙ୍କୁ ନଦେଇ ବାଟମାରଣା କରାଯାଇଛି ବୋଲି ବିଜେପି ନେତା କାହ୍ନୁ ପତି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗଞ୍ଜାମ ଜିଲ୍ଲାରେ କିରୋସିନୀ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ଅସାଧୁ ଡିଲର ଓ ଯୋଗାଣ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକାର ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି କହିଛନ୍ତି । ଏଥିସହ ଘଟଣାକୁ ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନ ଗୁରୁତର ସହ ନେଇ ଏଥିରେ ସମ୍ପୃକ୍ତ ଯୋଗାଣ ବିଭାଗ ଅଧିକାରୀ ଓ ଅସାଧୁ ଡିଲର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ନହେଲେ ଆଗାମୀଦିନରେ ବିଜେପି ଗଞ୍ଜାମ ଜିଲ୍ଲା ଏହି ବିଷୟକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାର ସମସ୍ତ ବ୍ଲକ୍ରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଶ୍ରୀ ପତି ଚେତାବନୀ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO