କେନ୍ଦ୍ରାପଡ଼ା- କାଇଁଚ ବୁଣା ଶିଳ୍ପରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଜଝାଙ୍ଗଠାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଗୃହ ନିର୍ମାଣ କରାଯିବାକୁ ପ୍ରସ୍ତାବ ରଖାଯାଇଛି । ଏହି କେନ୍ଦ୍ରରେ କାଇଁଚ ହସ୍ତଶିଳ୍ପ ମହିଳା କାରିଗର ମାନଙ୍କ ପାଇଁ ତାଲିମ୍ ପ୍ରଦାନ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହି ଗୃହର ବ୍ୟବହାର କରାଯିବ ବୋଲି ଜଣାପଡିଛି । ଗୁରୁବାର ହସ୍ତତନ୍ତ୍ର ଓ କୁଟିର ଶିଳ୍ପ ବିଭାଗର ଶାସନ ସଚିବ ଶୋଭା ଶର୍ମା କେନ୍ଦ୍ରାପଡା ଗସ୍ତରେ ଆସି ଜଝାଙ୍ଗ କାଇଁଚ ଶିଳ୍ପ କେନ୍ଦ୍ର ପରିଦର୍ଶନ କରିଥିଲେ । ଜଝାଙ୍ଗ ଗ୍ରାମ ମଧ୍ୟରେ ଥିବା ମଙ୍ଗଳା ମନ୍ଦିର ନିକଟରେ ୩୦ଲକ୍ଷ ଟଙ୍କା ବ୍ୟୟରେ ସେହି ଗୃହ ନିର୍ମାଣ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମତୀ ଶର୍ମାଙ୍କୁ ଅନୁରୋଧ କରିଥିଲେ । ତେବେ ଖୁବ୍ ଶିଘ୍ର ମହିଳା କାଇଁଚ କାରିଗର ମାନଙ୍କ ପାଇଁ ଏହି କମନ୍ ଫାସିଲିଟି ସେଂଟର ତିଆରି କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ସଂପୃକ୍ତ ସ୍ଥାନରେ କମିଶନର ଶ୍ରୀମତୀ ଶର୍ମା ଏକ ଚମ୍ପାବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆର୍ଡିଏ ଦିଲ୍ଲୀପ କୁମାର ପରିଡା, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର, ଡିପିଏମ୍ ଶ୍ରୀମତୀ ସତ୍ୟଭାମା ଓ ସ୍ଥାନୀୟ ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ ।

Related Stories
September 16, 2024