
ଭୁବନେଶ୍ୱର – କରୋନା ସମୟରେ ସ୍ୱଚ୍ଛତା ରକ୍ଷା କରିବା ଜରୁରୀ ଭାବେ ବିଚାରକରି ଆଜି ମହାନଗର ନିଗମ ପକ୍ଷରୁ ୧୧ ନମ୍ବର ୱାର୍ଡ଼ରେ ଥବବା ତ୍ରିନାଥ ବସ୍ତି ଓ ମହାବୀର ବସ୍ତିରେ ସ୍ୱଚ୍ଛତା ଅଭିଯାନ ହେବା ସହିତ ସାନିଟାଇଜେସନ କରାଯାଇଥିଲା । ଏହି ଅଭିଯାନ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଜ୍ଞାତସାରରେ ଓ ସ୍ଥାନୀୟ ଜେଡିସି ପ୍ରମୋଦ ପୁଷ୍ଟିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ବି ଏମ ସିର କମ୍ୟୁଟନିଟି ଅରଗାନାଇଜର ସିପ୍ରା ରାଣୀ ସାମନ୍ତର୍ରା, ପୂର୍ବତନ କରପୋରେଟର ରଶ୍ମିତା ମହାନ୍ତି, କୋଭିଡ଼ ଉପଦେଷ୍ଟା ତଥା ଭିଏସଏସ ନଗର ଉନ୍ନୟନ ପରିଷଦ ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ଓ କରପୋରେଟରଙ୍କ ପ୍ରତିନିଧି ତଥା କୋଭିଡ଼ ସଚେତକ ଅଜୟ କୁମାର ଜେନା ପରିଚାଳନା କରିଥିଲେ । ଏହି ସ୍ୱଚ୍ଛତା ଅଭିଯାନରେ ଫାଇଲେରିଆ ସୁପରଭାଇଜର ଜଗନ୍ନାଥ ପ୍ରଧାନ, ଅଙ୍ଗନବାଡ଼ି ଦିଦି ସୌଦାମିନି ମହାପାତ୍ର, ଆଶା କର୍ମୀ ରଂଜିତା ଦାସ, ସ୍ୱେଚ୍ଛାସେବୀ ସ୍ୱର୍ଣର୍ଲତା ପରିଡ଼ା, ସଂଯୁକ୍ତା ବେଉରିଆ, ସ୍ୱର୍ଣ୍ଣଲତା ମଙ୍ଗରାରଜ ଓ ମୋନାଲିସା ବେଉରିଆ ଆଦି ସହଯୋଗ କରିଥିଲେ ।