
ସମ୍ବଲପୁର,ଓଡ଼ିଶା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରି ସଭାପତି ଥିବା ସଂଜିତ ମହାନ୍ତି ଙ୍କୁ ଦଳର ଯୁଗ୍ମ ସମ୍ପାଦକ କରାଯାଇଥିବା ବେଳେ ତାଙ୍କ ସମର୍ଥକଙ୍କ ଉପରେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ର ଯୁବ ସଂଗଠନ ପାଇଁ ଲକ୍ଷ୍ମୀ ମହାପାତ୍ର ଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିବା ବେଳେ ଛାତ୍ର ବିଜେଡ଼ି ର ରାଜ୍ୟ ସମ୍ପାଦକ ମିଲନ ହୋତା ଙ୍କୁ ଗୁରୁତ୍ବପୂର୍ଣ୍ଣ ଛାତ୍ର ବିଜେଡ଼ି ଜୋନ ସଭାପତି ଦାୟିତ୍ୱ ଦିଆ ଯାଇଛି। ଲକ୍ଷ୍ମୀ ଏବଂ ମିଲନ ଉଭୟ ସଂଜିତ ମହାନ୍ତି ଙ୍କ ସମର୍ଥକ ଭାବେ ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ଏବଂ ଉପ ନିର୍ବାଚନ ଗୁଡିକରେ ଦଳୀୟ ଦାୟିତ୍ଵ ତୁଲାଉଛନ୍ତି।
ରାଜ୍ୟ ରେ ଯୁବ ଛାତ୍ର ସଂଗଠନ ରେ ନୂତନ ଯୁବ ଛାତ୍ର ମାନଙ୍କୁ ଦାୟିତ୍ଵ ଦିଆ ଯାଉଥିବା ବେଳେ ବର୍ତମାନ ସମୟରେ ସଂଜିତ ଙ୍କ ସମର୍ଥକ ଙ୍କୁ ଏହି ଦାୟିତ୍ଵ ଆଗାମୀ ଦିନରେ ସମ୍ବଲପୁର ବିଜେଡ଼ି ରାଜନୀତି ରେ ଯୁବ ଛାତ୍ର ଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ ହେବାର ସୂଚନା ମିଳୁଛି। ସଞ୍ଜିତ ମହାନ୍ତି ଙ୍କ ସମର୍ଥନରେ ବିଜେଡ଼ି ସଂଗଠନ ଦାୟିତ୍ଵ ରେ ଥିବା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସମର୍ଥନ ଥିବା ବେଳେ ଜିଲ୍ଲା ରେ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ସହ ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନଙ୍କ ସମର୍ଥନ ରହିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO