
କେନ୍ଦୁଝର– ପାରିବାରିକ କହହକୁ କେନ୍ଦ୍ର କରି ଲୁହା ରଡ଼ ସାହାଯ୍ୟରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୯ ନଂ ୱାର୍ଡ଼ ମହାବୀର ଛକ ନିକଟରେ । ଘଟଣାରେ ଅଭିଯୁକ୍ତ ସ୍ୱାମୀ କଲମେଶ ଯାଦବକୁ ଗିରଫ କରିଛି ଯୋଡ଼ା ପୋଲିସ ।
ସୂଚନା ଅନୁଯାୟୀ, ମହାବୀର ଛକ ନିକଟରେ କମଲେଶ ଓ ତାଙ୍କ ପତ୍ନୀ ଶାନ୍ତି ପରିବାର ସହ ରହୁଥିଲେ । କମଲେଶ ଓ ଶାନ୍ତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ କମଲେଶ ଉତ୍ୟେକ୍ତ ହୋଇ ଏକ ଲୁହା ରଡ଼ ସାହାଯ୍ୟରେ ଶାନ୍ତିଙ୍କୁ ପ୍ରହାର କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଆଜି ସକାଳେ ଯୋଡ଼ା ପୋଲିସ ସେଠାରେ ପହଂଚି ଶାନ୍ତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାରେ ଅଭିଯୁକ୍ତ ସ୍ୱାମି କମଲେଶକୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO