
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ– ସ୍ଥାନୀୟ ଗୋଏଙ୍କା ଧର୍ମଶାଳା ପରିସରରେ ସ୍ବଦେଶୀ ଜାଗରଣ ମଞ୍ଚର ସ୍ବଦେଶୀ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା |ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ | ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଏହି ସ୍ବଦେଶୀ ସପ୍ତାହ କାର୍ଯ୍ୟକ୍ରମର ଉଦଘାଟିତ ସମାରୋହରେ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ୱାବଲମ୍ବନ ସମିତିର ନଗର ପ୍ରମୁଖ ସବିତା ବିଶୋଇ, ପ୍ରାନ୍ତ ସଂଘର୍ଷ ବାହିନୀ ପ୍ରମୁଖ ସଚ୍ଚିଦାନନ୍ଦ ଦାଶ, ବରିଷ୍ଠ ସମାଜସେବୀ ବିଷ୍ଣୁପ୍ରସାଦ ଦାସ, ଜିଲ୍ଲା ସମ୍ପର୍କ ପ୍ରମୁଖ ଜଗନ୍ନାଥ ମିଶ୍ର, ଜିଲ୍ଲା କୋଷ ପ୍ରମୁଖ ବିଶ୍ୱନାଥ ପଣ୍ଡା, ପ୍ରମୁଖ ପଣ୍ଡିତଜୀଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ସ୍ୱାର୍ଥ ରହିତ ସେବାଭାବ ଓ ଏକାତ୍ମ ମାନବକାଦ ବିଷୟରେ ବଖାଣିଥିଲେ |ଆଜିର କାର୍ଯ୍ୟକ୍ରମରେ ମୂଳ ଉଦେଶ୍ୟ ସ୍ୱରୋଜଗାର ତଥା ଆତ୍ମନିର୍ଭର କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ଦେଇଥିବା ଯୁବ ତଥା ମହିଳା ଉଦ୍ୟମି ମାନଙ୍କୁ ସଂମ୍ମାନିତ କରିବା |
ଏହି କ୍ରମରେ ପୁରୀ ସହରରେ ଜଗନ୍ନାଥ ସାହୁ ବାସନ କ୍ଷେତ୍ରରେ, ବାନାମ୍ବର ବିଶୋୟୀ କାଠମୁର୍ତ୍ତି, ଗୀତାଶ୍ରୀ ଦାଶ ଘରୋଇ ଶୁଖିଲା ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ, ଚାନ୍ଦମଣି ମହାନ୍ତି ଚାନ୍ଦୁଆ କ୍ଷେତ୍ରରେ, ପିକିନା ଦାସ ସିପ ଶାମୁକାରେ ପ୍ରସ୍ତୁତ ଦ୍ରବ୍ୟ କ୍ଷେତ୍ରରେ ଓ ବିପିନ କୁମାର ପଟ୍ଟନାୟକ ମିକ୍ସଚର ପ୍ରସ୍ତୁତ କ୍ଷେତ୍ରରେ ନିଜେ ଆତ୍ମନିର୍ଭର ହେବା ସହ ରୋଜଗାର ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସଂମ୍ମାନିତ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ଉପେନ୍ଦ୍ର ବିଶୋୟୀ, ବିଜୟ ପଟ୍ଟନାୟକ, ଅଶୋକ ଦାଶ, କବିତା ପ୍ରଧାନ, ଭବାନୀ ମିଶ୍ର, ଲଷ୍ମୀପ୍ରିୟା ସାହୁ, ବିଭୁଦତ୍ତ ପଟ୍ଟନାୟକ, ତରୁଣାଦିତ୍ୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜଗନ୍ନାଥ ଷଡ଼ଙ୍ଗୀ ଓ ଅଜୟ ଦାସ ପ୍ରମୁଖ ସହଯୋଗ କରିଥିଲେ |ଏହି କାର୍ଯ୍ୟକ୍ରମ ପୁରୀଜିଲ୍ଲାର ବିଭିନ୍ନ ସ୍ଥାନରେ କରିବାର ଯୋଜନା ରଖାଯାଇଛି |ସ୍ବଦେଶୀ ଜାଗରଣ ମଞ୍ଚ ପୁରୀ ତରଫରୁ ପ୍ରଶାନ୍ତ କୁମାର ଭୂୟାଁ ଏହି ସୂଚନା ପ୍ରଦାନ କରିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO