
ମାଲକାନଗିରି-ସାରା ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ମାଲ କା ନଗିରି ଜିଲ୍ଲା ସୀମାନ୍ତ ମୋଟୁ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍ ବିଲ୍ କୁ ନେଇ ଚକିତ କଲାଭଳି ଚିତ୍ର ସାମ୍ନାକୁ ଆସିଛି। ସାଉଥକୋ ବିଦ୍ୟୁତ୍ ସରୋବରାହ ସଂସ୍ଥା ପକ୍ଷରୁ ଏହି ଅଞ୍ଚଳକୁ ବିଦ୍ୟୁତ୍ ସରୋବରାହ କରାଯାଉଥିବା ବେଳେ ଗତ ଏକ ମାସ ମଧ୍ୟରେ ଆସିଥିବା ବିଲ୍ କୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୋଟୁ ତହସିଲ୍ ଅନ୍ତର୍ଗତ ଏମଭି୭୯ ଗ୍ରାମର ନାରାୟଣ ଚନ୍ଦ୍ର ନାଥ ଗତ ଜୁନ ମାସର ବିଲ୍ ର ଶେଷ ସଂଖ୍ୟା ୪ ହଜାର ଟଙ୍କା ଥିବା ବେଳେ ଚଳିତ ମାସ ରେ ବିଲ୍ ର ଶେଷ ସଂଖ୍ୟା ୨୩ ହଜାର ଟଙ୍କା ଆସିଥିବା ଜଣାପଡ଼ିଛି । ସେହିପରି ଏହି ଗ୍ରାମର ସୁଜିତ ହାଲଦାର ଙ୍କ ଜୁନ ମାସରେ ପ୍ରାୟ ୬ ହଜାର ଟଙ୍କା ବିଲ୍ ଥିବାବେଳେ ଚଳିତ ମାସରେ ୫୦ ହଜାର ୯ ଶହ ୩୩ ଓ ସରଜିତ ମଣ୍ଡଲ ଙ୍କ ୩ ମାସ ପୂର୍ବରୁ ୨୭ ଶହ ଟଙ୍କା ଥିବାବେଳେ ଚଳିତ ମାସରେ ଆସିଥିବା ବିଲ୍ ରେ ୨୮ ହଜାର ୭ ଶହ ୭୭ ଟଙ୍କା ଉଲ୍ଲେଖ ରହିଛି। ଗତ କିଛି ମାସ ଧରି ଲକ୍ ଡାଉନ୍ ଯୋଗୁଁ ଜୀବନ ଜୀବିକାକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏତେ ମାତ୍ରାରେ ବିଦ୍ୟୁତ୍ ବିଲ୍ ସମସ୍ତଙ୍କୁ ଚିନ୍ତିତ କରିପକାଇଛି। ଗୋଟିଏ ପରିବାର ଆବଶ୍ୟକ ମୁତାବକ ବିଦ୍ୟୁତ୍ ଖର୍ଚ୍ଚ କରାଯିବା ସହ ହାତ ଗଣତି ବୈଦ୍ୟୁତିକ ସରଞ୍ଜାମ ଚଳାଉଥିବା ଘରେ ଏତେ ମାତ୍ରାରେ ବିଲ୍ କିପରି ଆସୁଛି କହି ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି। ଅନ୍ୟପଟେ ବିଦ୍ୟୁତ୍ ବିଲ୍ ରେ ଅଚାନକ ଏଭଳି ବୃଦ୍ଧିକୁ ଲୋକେ ଗ୍ରହଣ ନକରିବା ସହ ବିଦ୍ୟୁତ୍ ସରୋବରାହ ସଂସ୍ଥା ଓ ସେମାନଙ୍କ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ହେଉଥିବା ଅଭିଯୋଗ ହୋଇଛି। ପଡିଆ, ଏମଭି୭୯ ଓ ଆଖପାଖ ଅଞ୍ଚଳରେ ଅନେକ ସମୟରେ ଏଭଳି ମାତ୍ରାଧିକ ବିଲ୍ ଆସୁଥିବାରୁ ଲୋକେ ନିଜ ଗାଁ ଠାରୁ ଜିଲ୍ଲା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ନିଜର ଅଭିଯୋଗ ଜଣାଉଥିବା ଦେଖିବାକୁ ମିଳୁଛି। ବିଦ୍ୟୁତ୍ ସରୋବରାହ ସଂସ୍ଥା ର ଏଭଳି ମାତ୍ରାଧିକ ବିଲ୍ ବଣ୍ଟନକୁ ବିଭାଗ ପକ୍ଷରୁ ତଦନ୍ତ କରି ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ମହଲରେ ଦାବୀ ହୋଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO