ବ୍ରହ୍ମପୁର: ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଦଳର ସଭାପତି ଭାବେ ପ୍ରଶାନ୍ତ ପଣ୍ଡା(ପିଙ୍କୁ)ଙ୍କୁ ବିଜେଡି ସୁପ୍ରିମ ମନୋନୀତକରି ଜିଲ୍ଲାର ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦାୟୀତ୍ୱ ଦେଇଛନ୍ତି । ୨୦୦୬ମସିହାରୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଛାତ୍ର ରାଜନୀତିରେ ସକ୍ରୀୟ ଭାବେ ଥିବା ପ୍ରଶାନ୍ତ ଜିଲ୍ଲାରେ ଛାତ୍ର ସଙ୍ଗଠନ ତଥା ବିଶ୍ୱ ବିଦ୍ୟାଳୟର ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବାରେ ମୁଖ୍ୟ ବିନ୍ଧାଣୀ ଥିଲେ । ୨୦୦୯-୧୦ରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳର ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ୨୦୧୬ମସିହାରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଳା ଛାତ୍ର ବିଜେଡିର ମଙ୍ଗ ଧରାଇ ସଭାପତି ରୂପେ ଦାୟୀତ୍ୱ ଦେଇଥିଲେ । ସେବେଠାରୁ ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜୁ ଜନତା ଦଳର ସମସ୍ତ ଦଳୀୟ କାର୍ଯ୍ୟରେ ସାମିଲ୍ ହୋଇ ଦଳକୁ ମଜବୁତ କରିବାରେ ସହଯୋଗ କରୁଥିଲେ । ଏପରିକି ଗତ ସାଧାରଣ ନିର୍ବାଚନରେ ଆସିକା ସାଂସଦଙ୍କ ନୋମିନି ଦାୟୀତ୍ୱ ବିଜେଡି ସୁପ୍ରିମ ଦେଇଥିଲେ ଓ ତାଙ୍କର ନିର୍ବାଚନ ପ୍ରଚାର ଦାୟୀତ୍ୱ ନେଇ ସାଂସଦଙ୍କୁ ବିଜୟ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଭଳି ଜଣେ ଛାତ୍ର ନେତାଙ୍କୁ ବିଜେଡି ସୁପ୍ରିମ ଆଶା ପ୍ରକଟକରି ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ରୂପେ ପ୍ରଶାନ୍ତଙ୍କୁ ପୁଣିଥରେ ଦାୟୀତ୍ୱ ଦେଇଛନ୍ତି । ଦାୟୀତ୍ୱ ମିଳିବାପରେ ସେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ, ଗଞ୍ଜାମ ଓ କନ୍ଧମାଳ ସାଂସଦଙ୍କ ସମେତ ଜିଲ୍ଲାର ମନ୍ତ୍ରୀ ଓ ବିଧାୟକଙ୍କ ସହ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି । ସେପଟେ ଜିଲ୍ଲାର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।