
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ୬୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯ଜଣ ସୁସ୍ଥ ହୋଇଛନ୍ତି । ତେବେ ଶୁକ୍ରବାର ଜିଲ୍ଲାରେ କରୋନାରେ କାହାରି ମଧ୍ୟ ମୃତ୍ୟୁ ହୋଇନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ଶୁକ୍ରବାର ୬୩ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୮କୋଭିଡ୍ ଯୋଦ୍ଧା ରହିଥିବା ବେଳେ ୫୫ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ୮କୋଭିଡ ଯୋଦ୍ଧା ମଧ୍ୟରେ ବିଏମ୍ସିରୁ ୫, ବୁଗୁଡା ୧, ଦିଗପହଣ୍ଡି ୧, କୁକୁଡାଖଣ୍ଡି ବ୍ଲକ୍ରୁ ଜଣେ ରହିଛନ୍ତି । ସେହିପରି ୫୫ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଲଗୁଣ୍ଠା ୧, ବିଏମ୍ସି ୧୩, ଭଞ୍ଜନଗର ୪, ବୁଗୁଡା ୪, ଛତ୍ରପୁର ୨, ଚିକିଟି ୨, ଗଞ୍ଜାମ ୨, ହିଞ୍ଜିଳିକାଟୁ ୩, ଜଗନ୍ନାଥପ୍ରସାଦ ୧, ଖଲ୍ଲିକୋଟ ୮, କୁକୁଡାଖଣ୍ଡି ୨, ପାତ୍ରପୁର ୧, ପୋଲସରା ୧, ପୁରୁଷୋତ୍ତମପୁର ୨, ରଙ୍ଗେଇଲୁଣ୍ଡା ୫ ଓ ଅନ୍ୟାନ୍ୟ ୨ଜଣ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୯୯୩୪ରେ ପହଞ୍ôଚଥିବା ବେଳେ ୨୧୮ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୯୪୦୮ରେ ପହଂଚିଛି । ଜିଲ୍ଲାରେ ଏବେ ୩୦୦ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO