
ଭୁବନେଶ୍ୱର – ସାମ୍ପ୍ରତିକ ବନ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିହାର ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ । ଆଲୋଚନା କାଳରେ ରାଜ୍ୟ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଏହା ବ୍ୟତୀତ ବନ୍ୟା ଛାଡ଼ିଯିବା ପରେ ଲୋକଙ୍କର ଅବସ୍ଥା ମଧ୍ୟ ପଚାରି ବୁଝିଥିଲେ ।