
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ୪ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଅନିଲ କୁମାର ନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ କୋଭିଡ୍ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷାକରି ମହାନଗର ନିଗମ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ନିଗମ ପକ୍ଷରୁ ଦିଆଯାଇଥିବା ୱେବ୍ ସାଇଟ୍ ଓ ୱାର୍ଡରେ ଥିବା ୱାର୍ଡ ଅଫିସ୍ରଙ୍କ ତାଲିକାର କୌଣସି ତାଳମେଳ ରହୁନଥିବା ହେତୁ ବହୁ ସଂଖ୍ୟାରେ ନୀରିହ ଗରିବ ଲୋକ ଖର୍ଚ୍ଚାନ୍ତ ହେବାସହ ଦିନତମାମ୍ ଖରାତାତିରେ ମହାମାରି କରୋନା ସମୟରେ ୱାର୍ଡ ଅଫିସ୍ ଠୁ ଆରମ୍ଭକରି ନିଗମ ଅଫିସ୍ ସହ ଇଣ୍ଟରନେଟ୍କୁ ଦୌଡୁଥିବା ଦେଖିବାକୁ ମିଳୁଛି । ଏହାସହ ୱାର୍ଡରେ ଥିବା ୱାର୍ଡ ଅଫିସ୍ର ତାରିଖ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ । ଏହାସହିତ ସହରର ବିଭିନ୍ନ ସମସ୍ୟାକୁ ମଧ୍ୟ କମିଶନରଙ୍କ ନିକଟରେ ଉପସ୍ଥାପିତ କରିଥିଲେ । ଗରିବ ଓ ଦିନ ମଜୁରୀଆମାନଙ୍କ ମଧ୍ୟରୁ ଯେପରି କୌଣସି ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ନ ପଡେ ସେଥିପାଇଁ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ । ଏଥିରେ ପୂର୍ବତନ କର୍ପୋରେଟର ରାକେଶ ସାହୁ, ଅନିଲ କୁମାର ଚୌଧୁରୀ, ବାଦଲ ବିଷୋୟୀ, ନରସିଂହ ଦେବ ନାୟକ, କୁନି ମହାରଣା, ସୁନ୍ଦଏ ସାହୁ, ସୁବ୍ରତ ସାହୁ, କିଶନ ସାହୁ, ମିନତୀ ଜେନା, ଜୟସେନ ସାହୁ, ଗାୟତ୍ରୀ ପାତ୍ର, ଧୋବିଣୀ ପ୍ରଧାନ, ଭୀକି ପ୍ରଧାନ, ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ସାମାଜିକ ଦୂରତା ରକ୍ଷାକରିବା ସହ କୋଭିଡ୍ ନିୟମକୁ ପାଳନ କରି ସ୍ମାରକପତ୍ର ପ୍ରଦାନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO