
ବ୍ରହ୍ମପୁର: ଦେଶର ରାଷ୍ଟ୍ରାୟତ୍ତ ସମ୍ପତିଗୁଡିକୁ ବିକ୍ରି କରିବା ବନ୍ଦ କରିବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ, ଶ୍ରମିକ ବିରୋଧି ଶ୍ରମ କାର୍ଡ ଏବଂ ଚାଷୀ ବିରୋଧି କୃଷି ନୀତି ବାତିଲ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ବେକାରଙ୍କୁ ନିଯୁକ୍ତି ଦେବା, ଛଟେଇ ବନ୍ଦ କରିବା, ସମ୍ବିଧାନର ସୁରକ୍ଷା କରିବା ସହ ଦେଶର ସାଧାରଣ ଜନତାଙ୍କ ଜୀବନ ଜୀବୀକାର ସୁରକ୍ଷା ଦାବିକରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ଫେଡ୍ରେସନର ଆହ୍ୱାନକ୍ରମେ ବୁଧବାର ଦେଶବ୍ୟାପୀ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ବ୍ରହ୍ମପୁର ସ୍ଥାନୀୟ ପୁରୁଣା ବସ୍ଷ୍ଟାଣ୍ଡ ଠାରେ ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁ, ଟିୟୁସି ସଙ୍ଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ପୁରୁଣା ବସ୍ଷ୍ଟାଣ୍ଡରେ ଏକ୍ରତିତ ହୋଇ ପ୍ରତିବାଦ କରିଥିଲେ । ପ୍ରଶାନ୍ତ ପାଟ୍ଟଯୋଶୀ, ପ୍ରକାଶ ପାତ୍ର, ସିଟୁ ନେତା ଯୁଧିଷ୍ଠିର ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଆଗାମୀ ସେପ୍ଟେମ୍ବର ୨୫ରେ ଦିଆଯାଇଥିବା ପ୍ରତିବାଦ ଆନ୍ଦୋଳନକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO