Related Stories
November 23, 2024
ବ୍ରହ୍ମପୁର: କିଛିଦିନ ବ୍ୟବଧାନ ପରେ ମହାନଗର ନିଗମର ବିଭିନ୍ନ ବଜାର, ଦୋକାନ କୁ ଦୋକାନ ବୁଲି ବୁଧବାର ସନ୍ଧ୍ୟାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ୟବସାୟୀମାନେ ପଞ୍ଚସୂତ୍ର ନିୟମ ପାଳନ କରୁଛନ୍ତି ନା ନାହିଁ ତାହାର ଯାଞ୍ଚ କରିଛନ୍ତି । ପୁରୁଣା ବସ୍ଷ୍ଟାଣ୍ଡ, ଅନ୍ନପୂର୍ଣ୍ଣ ବଜାର, ଅର୍ବାନ ବ୍ୟାଙ୍କ ରୋଡ଼ ଆଦି ଅଞ୍ଚଳର ବିଭିନ୍ନ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଜିଲ୍ଲାପାଳ ଚାଲି ଚାଲି ସମସ୍ତ ଦୋକାନ ଯାଞ୍ଚ କରିଥିଲେ । ସାମାଜିକ ଦୂରତା, ବ୍ୟାରିକେଡ୍, କଣ୍ଟାକ୍ଟ ଡାଏରୀ, ମାସ୍କ୍ ଓ ସାନିଟାଇଜର ଆଦି ପଞ୍ଚସୂତ୍ରୂୀ ନିୟମକୁ ଦୋକାନୀ କଡାକଡି ଭାବେ ପାଳନ କରୁଥିବା କିଛି ଦୋକାନରେ ଦେଖିବାକୁ ପାଇଥିବା ବେଳେ ଅନ୍ୟ କିଛି ଦୋକାନୀ ଏହା ପାଳନ କରୁନଥିବାରୁ ତାଙ୍କୁ ଜିଲ୍ଲାପାଳ ତାଗିଦ କରିଥିଲେ । ବ୍ୟବସାୟୀମାନେ ମାସ୍କ ପରିଧାନ କରିବା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିକଟରେ ଥିବା ବିଏମ୍ସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ସି କମିଶନର ସିଦ୍ଧେଶ୍ୱର ବାଳିରାମ ଭଣ୍ଡାର ଓ ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ ପ୍ରମୁଖ ଉପସ୍ଥିତ ଥିଲେ ।