
ଜଗନ୍ନାଥପ୍ରସାଦ(ଚିତ୍ତରଞ୍ଜନ ଗନ୍ତାୟତ ): ଜଗନ୍ନାଥ ପ୍ରସାଦ ସାମ୍ବାଦି କ ସଂଘର ଦ୍ଵିତୀୟ ବୈଠକ ସଭାପତି ଚନ୍ଦ୍ରକେତୁ ରାଉତ ଙ୍କ ପୌରହିତ୍ୟରେ ଅରୁଣାଞ୍ଚଳ ଜଳଭଣ୍ଡାର ନିକଟରେ, ଉପଦେଷ୍ଟା ପ୍ରଦୀପ୍ତ ଭୂୟାଁ ଙ୍କ ସଂଯୋଜନାରେ, ସମ୍ପାଦକ ଦିଗାମ୍ବର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ OUJ ସଭାପତି ଅନି ଲ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ OUJ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ସାମ୍ବାଦିକଙ୍କ ଦାୟିତ୍ୱ, କର୍ତ୍ତବ୍ୟ, ନି ଷ୍ଟା, ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ରଅଧିକାରୀ, ଜନ ସଚେତନତା, ଜନ ସମ୍ପର୍କ ରାଜନେତା ଙ୍କ ସହ ଉତ୍ତମ ବ୍ୟବହାର ଦ୍ୱାରା ନିଜକୁ ଜଣେ ସଫଳ ସାମ୍ବାଦିକ ଭାବେ ପ୍ରତିଷ୍ଠିତ କରିପାରିବ ବୋଲି ମତ ଦେଇଥିଲେ।ଉପଦେଷ୍ଟା ପ୍ରଦୀପ୍ତଭୂୟାଁ ସତ ଓ ନିର୍ଭୀକସତ୍ୟ ଘଟଣା ଉପରେ ପ୍ରମାଣ ଯୋଗାଡ କରିବା, କାହା ଚାପ ପ୍ରୟୋଗ ରେ ବିଚଳିତ ନହୋଇ ସଚୋଟ, ନିର୍ଭୀକ, ଭାବେ ଖବର ପ୍ରକାଶନ କରିବା ପାଇଁ ଉପଦେଶ ଦେଇଥିଲେ।ସଭାପତି ଚନ୍ଦ୍ରକେତୁ ରାଉତ ଜଗନ୍ନାଥ ପ୍ରସାଦ ରେ କିଛି ନକଲି ସାମ୍ବାଦିକଏକ ସଂଘ ଗଠନ କରି କର୍ମଚାରୀ ଙ୍କୁ ଧମକ ଦେଇ ବଟି ଆଦାୟ କରିବା ଫଳରେ ନିଃସ୍ୱାର୍ଥ ପର ଭାବେ, ସମାଜସେବା, ସତ୍ୟ ଖବର ଛାପି ସମାଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଦୁର୍ନୀତି ବିରୋଧରେ ପ୍ରତିବାଦକରି ଖବର ଛାପି ଚାଲିଥିଲେ ହେଁ ବଦ ନାମର ଶିକାର ହେଉଛନ୍ତି ବୋଲି ମତ ପ୍ରକାଶ କରିଥିଲେ।ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଦୀର୍ଘଦିନଧରି IIC ପଦବୀ ଖାଲି ପଡ଼ିଥିବାରୁ ତୁରନ୍ତ IIC ପଦବୀ ପୂରଣ ପାଇଁ ଗଞ୍ଜାମ SP ଙ୍କ ନିକଟରେ ଦାବି ଜଣାଇବା ପାଇଁ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା।ଏହି ବୈଠକରେ ଜଗଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ ମୁଦ୍ରଣ ଓ ୱେବ ଚାନେଲ ର ସାମ୍ବାଦିକ ଚନ୍ଦ୍ରକେତୁ ରାଉତ, ଦିଗାମ୍ବର ନାୟକ, ବିଭୂ ପ୍ରସାଦ ପଟ୍ଟନାୟକ, ମୃତ୍ୟୁଞ୍ଜୟ ପଣ୍ଡା, ଧନଞ୍ଜୟ ପଟ୍ଟନାୟକଚିତ୍ତରଞ୍ଜନ ଗନ୍ତାୟତ, ପଦ୍ମନିଧି ଚୌଧୁରୀ, ପ୍ରଦୀପ କୁମାର ଚୌଧୁରୀ, ଦେବାଶିଷ ଷଡଙ୍ଗୀ, ଭାସ୍କର ନାୟକ, ଜଗନ୍ନାଥ ନାୟକ, ପ୍ରଭାତ କୁମାର ସାହୁ, ଲକ୍ଷ୍ମୀ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ନିଜ ନିଜ ଅଂଚଳରେ ଘଟିଥିବା, ଘଟୁଥିବା ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।ଶେଷରେ କୋଷାଧ୍ୟକ୍ଷ ବିଭୂ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO