
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର GST ଓ ବିମୁଦ୍ରି କରଣ କରି ଦେଶ ର ଅର୍ଥ ନୀତି କୁ ବିପର୍ଯ୍ୟସ୍ତ କରିଥିବା ବେଳେ ଏବେ କରୋନା ଆଳରେ ରାଷ୍ଟୀୟ ସମ୍ପଦ କୁ କର୍ପୋରେଟ ହାତରେ ଟେକିଦେଲେ| GDP ଆଜି -23.9 ପ୍ରତିଶତରେ ପହଞ୍ଚିଲା |ଆତ୍ମ ନିର୍ଭର ଭାରତ ନାଁ ରେ ଦେଶ ର ରେଳ, ବନ୍ଦର, ଖଣି, ପାଣି, ଜଙ୍ଗଲ,ରାଷ୍ଟ୍ରାୟତ ଉଦ୍ୟୋଗ ସବୁ କମ୍ପାନୀ ମାନଙ୍କୁ ସମର୍ପି ଦେଲେଣି| ମାଲିକ ସପକ୍ଷରେ ଶ୍ରମ ଆଇନିକୁ ସଂଶୋଧନ କରୁଛନ୍ତି |ଦେଶରେ 21ମିଲିଅନ ବେକାରୀ ସୃଷ୍ଟି ହେଲା ବେଳେ ଲୋକଙ୍କ ହାତ କୁ କାମ ନ ଦେଇ କୋଭିଡ ରେ କୃଷି ସର୍ବନାଶ କାରି ବିଲ କୁ ପାର୍ଲିଆମେଣ୍ଟ ରେ ପାରିତ କଲେ |ଫଳରେ 86%ଚାଷୀ ତା ଫସଲ ଦାମ ନ ପାଇ କମ୍ପାନୀ ପାଖରେ ଆତ୍ମ ସମର୍ପଣ କରିବ | ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନି ସଂଶୋଧନ କରି ଆଳୁ, ପିଆଜ, ଡାଲି, ତେଲ ପ୍ରଭୁତି ସାମଗ୍ରୀ ର ଦର ଉପରେ ସରକାର ଙ୍କ କର୍ତ୍ତୃତ୍ୱ ଲୋପହେବ |କମ୍ପାନୀ ମାନେ ମନ ଇଛା ହୋର୍ଡ଼ିଂଗ କରିବେ ଓ ଦର ବଢ଼ାଇବେ |ଏହା ବିରୁଦ୍ଧରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ରେ ସମସ୍ତ ଟ୍ରେଡ଼ ୟୁନିଅନ ମାନଙ୍କ ଦ୍ୱାରା ପ୍ରତିବାଦ ବିକ୍ଷୋଭ କରାଯାଇଛି |ଉକ୍ତ ସଭା ରେ CITU ର ଜଗନ୍ନାଥ ଦେଓ, ଶରତ କୁମାର ରାୟଗୁରୁ AITUC ର ପ୍ରଦୀପ୍ତ ମହାନ୍ତି, ହରିହର ସେନାପତି AICCTU ଲିଟୁ ଲାଲ ସୁବୁଦ୍ଧି AIFTU ର ମୋହନ ନାଇଡୁ, ଭାସ୍କର ମହାପାତ୍ର ବକ୍ତବ୍ୟ ରଖି ମୋଦୀ ସରକାର ଶ୍ରମିକ ଓ ଚାଷୀ ସର୍ବନାଶ କାରି ନୀତି ଆଣି ଦେଶକୁ କମ୍ପାନୀ ମାନଙ୍କ ହାତରେ ଆତ୍ମ ସମର୍ପଣ କରି ଦେଲେ ବୋଲି କହିଥିଲେ |କୋଭିଡ ରେ ଆୟକର ବାହାରେ ଥିବା ସମସ୍ତ ଲୋକଙ୍କୁ ମାସିକ 7500ଟଙ୍କା ଓ ଦଶ କିଲୋ ଖାଦ୍ୟ ଦ୍ରବ୍ୟ ଆଗାମୀ ଛଅ ମାସ ପାଇଁ ଦେବା, ଶ୍ରମ ଆଇନି ସଂଶୋଧନ ବନ୍ଦ, ବେକାର ଙ୍କୁ କାମ, ରାଷ୍ଟ୍ରାୟତ ଉଦ୍ୟୋଗ ରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା,ଚାଷୀ ସର୍ବନାଶ କାରି କୃଷି ଆଇନି କୁ ପ୍ରତ୍ୟାହାର, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନି କୁ ସଂଶୋଧନ ନ କରିବାକୁ ଦାବୀ କରିଥିଲେ |ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟ ରେ deputy collector ଙ୍କୁ ଦାବୀ ପତ୍ର ଦିଆ ଯାଇଛି |ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା, ଟୁନା ନାୟକ, ଜ୍ୟୋତି ପ୍ରକାଶ ନାୟକ ପ୍ରମୁଖ ବିକ୍ଷୋଭ ର ପରିଚାଳନା କରିଥିଲେ|
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO