January 19, 2025

Year: 2020

 ହସପିଟାଲର ଭିତ୍ତିଭୂମି ବିକାଶ ନିମନ୍ତେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିବାକୁ ବିଧାୟକ ଦେଲେ ନିର୍ଦ୍ଦେଶ ବାଲେଶ୍ୱର: (କୃଷ୍ଣ କୁମାର ମହାନ୍ତି) ନବ ନିର୍ବାଚିତ ବିଧାୟକ...
ନୂଆଦିଲ୍ଲୀ – ଭାରତ ଜାତିସଂଘରେ  ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି । କଲଚର ଅଫ ପିସ୍ ଉପରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୫ତମ...
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳରେ ଘୂର୍ଣ୍ଣିବାତ୍ୟା ବୁରେଭି କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସହିତ ଆଲୋଚନା କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବୁରେଭି ବାତ୍ୟା କାରଣରୁ ରାଜ୍ୟରେ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସହିତ ଆଲୋଚନା କରିଛି। କେରଳକୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରୁଛି ।”
ନୂଆଦିଲ୍ଲୀ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ରିପୋର୍ଟ 2020 ଜାରି କରାଯାଇଛି ଗାଣିତିକ ଆକଳନ ଆଧାରରେ ସାରା ବିଶ୍ୱର ମ୍ୟାଲେରିଆ ମାମଲାକୁ ପ୍ରଦର୍ଶିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ମ୍ୟାଲେରିଆ ମାମଲା ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ମ୍ୟାଲେରିଆ ପ୍ରଭାବିତ ଏକମାତ୍ର ଦେଶ ଭାବେ ଭାରତ 2018 ତୁଳନାରେ 2019ରେ ଏହି ରୋଗ ମାମଲାକୁ 17.6% ହ୍ରାସ କରିବାରେ ସଫଳ ହୋଇଛି । ଭାରତରେ ଆନୁଆଲ ପାରାସାଇଟିକ ଇନ୍ସିଡେନ୍ସ (ଏପିଆଇ) 2017 ତୁଳନାରେ 2018ରେ 27.6 ପ୍ରତିଶତ ଏବଂ 2019ରେ 2018 ତୁଳନାରେ 18.4 ପ୍ରତିଶତରେ ପହଞ୍ଚିଛି । ଭାରତ 2012 ପରଠାରୁ ଏପିଆଇ ହାରକୁ ଏକରୁ କମ ସ୍ତରରେ ବଜାୟ ରଖିପାରିଛି । ସେହିପରି କ୍ଷେତ୍ରୱାରୀ ମ୍ୟାଲେରିଆ ମାମଲା ହ୍ରାସ କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିଛି। ଏହା 20 ମିଲିୟନରୁ ହ୍ରାସ ପାଇ ପାଖାପାଖି 6 ମିଲିୟନରେ ପହଞ୍ଚିଛି। ବର୍ଷ 2000 ଠାରୁ 2019 ମଧ୍ୟରେ ମ୍ୟାଲେରିଆ ମାମଲାରେ 71.8 ପ୍ରତିଶତ ହ୍ରାସ ଏବଂ ମୃତ୍ୟୁ ମାମଲାରେ 73.9 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଭାରତର 31ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ (ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପୁଡୁଚେରୀ, ଚଣ୍ଡିଗଡ଼, ଡାମନ୍ ଆଣ୍ଡ ଡିୟୁ, ଦାଦ୍ରା ଓ ନଗର ହାଭେଳୀ ଏବଂ ଲାକ୍ଷାଦ୍ୱୀପ) ମ୍ୟାଲେରିଆ ମାମଲା ଦେଖିବାକୁ ମିଳିଥିଲା ଏବଂ ଏସବୁ ରାଜ୍ୟରେ ଉପଯୁକ୍ତ ପଦକ୍ଷେପ ଯୋଗୁ ମ୍ୟାଲେରିଆ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଥିଲା। 2018 ତୁଳନାରେ 2019ରେ ଓଡ଼ିଶାରେ 40.35 ପ୍ରତିଶତ, ମେଘାଳୟରେ 59.10 ପ୍ରତିଶତ, ଝାଡ଼ଖଣ୍ଡରେ 34.96 ପ୍ରତିଶତ, ମଧ୍ୟପ୍ରଦେଶରେ 36.50 ପ୍ରତିଶତ ଏବଂ ଛତିଶଗଡ଼ରେ 23.20 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା । ଦେଶରେ ବର୍ଷ 2000 ରେ 20,31,790 ମ୍ୟାଲେରିଆ ମାମଲା ଦେଖିବାକୁ ମିଳିଥିବା ବେଳେ ଏଥିରେ 932 ଜଣ ମୃତ୍ୟୁବରଣ କରିଥିଲେ। 2019ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା 3,38,494 ଏବଂ ମୃତ୍ୟୁ ସଂଖ୍ୟା 77କୁ ହ୍ରାସ ପାଇଥିଲା। ତେଣୁ 2000ରୁ 2019 ମଧ୍ୟରେ ଦେଶରେ ମ୍ୟାଲେରିଆ  ରୋଗୀଙ୍କ ସଂଖ୍ୟା 83.34 ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା 92 ପ୍ରତିଶତ ହ୍ରାସ ପାଇଛି। ଏହାଫଳରେ ଭାରତ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ (2000ରୁ 2019 ମଧ୍ୟରେ ମ୍ୟାଲେରିଆ ମାମଲାରେ 50-75% ହ୍ରାସ ଆଣିବା) ହାସଲ କରିପାରିଛି । ମ୍ୟାଲେରିଆ ମାମଲାରେ ପ୍ରତିବର୍ଷ ନିୟମିତ ହ୍ରାସ ଦେଖିବାକୁ ମିଳିଛି। ମ୍ୟାଲେରିଆ ଆକ୍ରାନ୍ତ ମାମଲା ଓ ସେଥିରୁ ହେଉଥିବା ମୃତ୍ୟୁ ସଂଖ୍ୟା 2018ରେ (4,29,928 ମାମଲା ଓ 96 ମୃତ୍ୟୁ) ତୁଳନାରେ 2019ରେ (3,38,494 ଆକ୍ରାନ୍ତ ଓ 77 ମୃତ୍ୟୁ) କ୍ରମାଗତ ହ୍ରାସ ପାଇ ଯଥାକ୍ରମେ 21.27 ପ୍ରତିଶତ ଏବଂ 20ପ୍ରତିଶତରେ ସୀମିତ ରହିଛି । 2020 ବର୍ଷର ଅକ୍ଟୋବର ମାସ ସୁଦ୍ଧା ମ୍ୟାଲେରିଆର ମୋଟ ମାମଲା 1,57,284 ଥିବା ରେକର୍ଡ କରାଯାଇଛି ଯାହାକି 2019ର ଏହି ଅବଧି ସୁଦ୍ଧା ଚିହ୍ନଟ କରାଯାଇଥିବା ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା 2,86,091 ତୁଳନାରେ 45.02 ପ୍ରତିଶତ ହ୍ରାସକୁ ଦର୍ଶାଉଛି । ଦେଶରେ ମ୍ୟାଲେରିଆ ଉନ୍ମୁଳନ ପ୍ରୟାସ 2015ରେ ଆରମ୍ଭ ହୋଇଥିଲା ଏବଂ 2016ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଫ୍ରେମୱର୍କ ଫର ମ୍ୟାଲେରିଆ ଏଲିମିନେସନ (ଏନଏଫଏମଇ) ଆରମ୍ଭ କରାଯାଇଥିଲା। ଏହାପରେ ଏହି କାର୍ଯ୍ୟକ୍ରମ ଅଧିକ ଦ୍ରୁତ ଗତିରେ ତ୍ୱରାନ୍ୱିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ 2017ରେ ମ୍ୟାଲେରିଆ ଉନ୍ମୁଳନ ନିମନ୍ତେ ଏକ ଜାତୀୟ ରଣନୀତି ଯୋଜନା (2017ରୁ 2022) ଆରମ୍ଭ କଲେ ଯେଉଁଥିରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରାଗଲା । ପ୍ରଥମ ଦୁଇ ବର୍ଷରେ ମ୍ୟାଲେରିଆ ମାମଲା 27.7 ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା 49.5 ପ୍ରତିଶତ ହ୍ରାସ ପାଇଲା। 2015ରେ 11,69,261 ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ 385 ଜଣ ଏହି ରୋଗରେ ପ୍ରାଣ ହରାଇଥିଲେ। 2017ରେ 8,44,558 ଆକ୍ରାନ୍ତ ଏବଂ 194 ମୃତ୍ୟୁ ରେକର୍ଡ କରାଯାଇଥିଲା । 2019ରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମେଘାଳୟ ଓ ମଧ୍ୟପ୍ରଦେଶରେ ମୋଟ ମାମଲାର 45.47 ପ୍ରତିଶତ ମାମଲା (ସାରା ଭାରତରେ 3,38,494 ମାମଲା ମଧ୍ୟରୁ 1,53,909) ଚିହ୍ନଟ କରାଯାଇଥିଲା। ଏହାବ୍ୟତୀତ ସାରା ଭାରତରେ ଚିହ୍ନଟ ହୋଇଥିବା ଫେଲସିପେରମ ମ୍ୟାଲେରିଆ ମାମଲାର 70.54 ଅର୍ଥାତ 1,10,708ଟି ମାମଲା ଏହିସବୁ ରାଜ୍ୟରେ ଚିହ୍ନଟ କରାଯାଇଥିଲା । ଏହି ରାଜ୍ୟଗୁଡ଼ିକରେ ପ୍ରତ୍ୟେକ 77 ମଧ୍ୟରୁ 49 (63.64) ମୃତ୍ୟୁ ମଧ୍ୟ ରେକର୍ଡ କରାଯାଇଥିଲା ।
ନୂଆଦିଲ୍ଲୀ– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହା ଯାଇଛି  ଯେ, ଅଳ୍ପ ସମୟ ମଧ୍ୟରେ  ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହୋଇପାରିବ ନାହିଁ । ଅନ୍ୟପଟରେ ଯଦି...
ନୂଆଦିଲ୍ଲୀ– କରୋନାରେ ସମଗ୍ର ବିଶ୍ୱରେ ୬ କୋଟି ୪୮ ଲକ୍ଷ ୧ ହଜାର ୪୨୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୪୮ ଲକ୍ଷ...
 ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୩୨୦୦୧୭ ଭୁବନେଶ୍ୱର–  ରାଜ୍ୟରେ ଗୋଟିଏ ଦିନରେ  ୪୩୪   ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ ...
ଭୁବନେଶ୍ୱର–  ଗତ ୨୪ ଘଂଟା ମଧ୍ୟରେ  ରାଜ୍ୟରେ ପୁଣି ୫ ଜଣ   କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।   ଏହା ଫଳରେ  ରାଜ୍ୟରେ...
ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୫,୫୫୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ...
error

Enjoy this blog? Please spread the word :)

Follow by Email
Instagram
Telegram