September 16, 2026

Month: April 2020

ଅହମଦାବାଦ– ଗୁଜରାଟର ଜାମନଗରରେ ୧୪ ମାସର କରୋନା ପଜିଟିଭ୍ ଶିଶୁର ମୃତ୍ୟୁ ଘଟିଛି । ବହୁବିଧ ଅଙ୍ଗ ଫେଲ୍‌, ହାର୍ଟ ଓ କିଡନୀ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଜାମନଗରର ଦରେଡ ଇଲାକାରେ ଏକ ଶ୍ରମିକ ପରିବାରରର ୧୪ ମାସର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହା ଜାମନଗରରେ ପ୍ରଥମ କରୋନା ପଜିଟିଭ୍  ମାମଲା ଥିଲା । ଚାରି ଦିନ ପୂର୍ବେ ମାତା-ପିତା ଜ୍ୱର, ଥଣ୍ଡା ଓ କାଶର ଲକ୍ଷଣ ମିଳିବା ପରେ ଶିଶୁକୁ ସରକାରୀ  ହସ୍ପିଟାଲ ନେଇଥିଲେ । ଡାକ୍ତର ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ । ଏହା ଶିଶୁଟିର ସ୍ଥିତି ବିଗିଡିବା ପରେ ହସ୍ପିଟାଲରେ ଭର୍ତି ହେବା ପରଠୁ ଭେଂଟିଲେଟରରେ ରଖାଯାଇଥିଲା ।  ଡାକ୍ତର ଶିଶୁକୁ ବଂଚାଇବାକୁ ବହୁତ ପ୍ରୟାସ କରିଥିଲେ । ମାତ୍ର କିଡନୀ ଓ ହାର୍ଟ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଅନ୍ୟ ରାଜ୍ୟର ହିନ୍ଦୀ ଭାଷୀ ଲୋକ ମଧ୍ୟ ସେହି ଅଂଚଳରେ ରହୁଛନ୍ତି, ଯେଉଁଠି ଶିଶୁ ରହୁଥିଲା । କୁହାଯାଉଛି ସେଠାରୁ ହିଁ ଶିଶୁଟି କରୋନା ସଂକ୍ରମିତ ହୋଇଛି । ଅନ୍ୟପଟେ ଭଦୋଦରାରେ ଆଉ ଏକ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଁଚିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୧୬ ରହିଛି । ଏଥିରୁ ସୁଟରରେ ୨ ଓ ପାଟନାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ରାଜ୍ୟର ୩୩ ଜିଲ୍ଲା ମଧ୍ୟରୁ ୧୭ ଜିଲ୍ଲାରେ କରୋନା ରୋଗୀ ପଞ୍ଜିକୃତ ହୋଇଛନ୍ତି । ରାଜ୍ୟରେ ଛଅ ନୂତନ ମାମଲାରେ ଅହମଦାବାଦ ଓ ରାଜକୋଟରେ ଗୋଟିଏ ଲେଖାଏଁ, ସୁରଟରେ ୩ ଓ ଭଦୋଦରାରେ ୧ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ପ୍ରକାର ରାଜ୍ୟରେ ମୋଟ୍ କୋଭିଡ୍‌-୧୯ ପଜିଟିଭ୍ ସଂଖ୍ୟା ୧୭୬ ରହିଛି ଏବଂ ଏ ଯାବତ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜାରଟରେ ମଙ୍ଗଳବାରଠୁ ରାପିଡ୍ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି । ଏହି ଆଧାରରେ ୧୦୦୦ରୁ ଅଧିକ ନମୂନା ପରୀକ୍ଷା କରାଯାଇଛି ।  ମାତ୍ର ରିପୋର୍ଟ ବୁଧବାର ଆସିବ । ଏହି ପରି ରାପିଡ୍ ପରୀକ୍ଷଣରେ ଜଣା ପଡୁଛି ଯେ, ଶରୀର ଦ୍ୱାରା ଉତ୍ପାଦିତ କୌଣସି  ବ୍ୟକ୍ତିଙ୍କ ଆଂଟିବଡି ବାହ୍ୟ ଜୀବାଣୁ ଉପସ୍ଥିତିରେ କରୋନା ସଂକ୍ରମଣ ରହିଛି ନା ନାହିଁ । ଅହମଦାବାଦରେ ୭୦୦ କର୍ମଚାରୀଙ୍କ ଥର୍ମାଲ ସ୍କେନ କରାଯାଇଛି । ହଟସ୍ପଟ ଏରିଆରେ ଏହି ପରୀକ୍ଷଣ ଦ୍ୱାରା କରୋନା ପଜିଟିଭର ବ୍ୟାପକ ଯାଂଚ କରାଯାଉଛି ।
ଉହାନ– ଚୀନର ଉହାନ ସହରରେ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାନ ବୁଧବାର ସମାପ୍ତ ହୋଇଛି । ଏହି ସହରରେ କରୋନା ଭାଇରସ ମହାମାରୀ ଉତ୍ପନ ହୋଇଥିଲା । ଜାନୁଆରୀ ଶେଷ ଆଡକୁ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୧୧ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉହାନ ସହରରେ ଲକଡାଉନ୍ ଲାଗୁ କରାଯାଇଥିଲା । ସରକାରୀ ସୂଚନା ଅନୁସାରେ ଉହାନରେ ୫୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସରେ ହୋଇଥିବା ମୃତ୍ୟୁର ପ୍ରାୟ ୮୦ ପ୍ରତିଶତ ଉହାନରେ ଘଟିଛି । ନିକଟରେ ଉହାନରେ ଲକଡାଉନରେ କିଛିଟା କୋହଳ କରାଯାଇଥିଲା । ହୁବେଇ ପ୍ରାନ୍ତର ରାଜଧାନୀରେ ଗତ ୨୧ ଦିନରେ ମାତ୍ର ତିିନି କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏବେ ସ୍ଥିତି ସମୀକ୍ଷା ପରେ ଉହାନ ସହରରୁ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାଉନ୍ ହଟାଇ ଦିଆଯାଇଛି । ବୁଧବାର ପ୍ରାୟ ୫୫ ହଜାର ଲୋକଙ୍କୁ ଟ୍ରେନରେ ଉହାନ ଛାଡିବାର ଆଶା ରହିଛି । ଉହାନର ତିୟାନହେ ବିମାନ ବନ୍ଦରରୁ ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ବିମାନରେ ସହର ଛାଡିବାର ସମ୍ଭାବନା ରହିଛି । ରାଜଧାନୀ ବେଜିଂ ଓ ଅନ୍ୟ ସ୍ଥାନ ପାଇଁ ଉଡାଣ ଏବେ ଆରମ୍ଭ କରାଯାଇ ନାହିଁ । ଉହାନର ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜର ପଡୋଶୀ, ନିଜର ସହର ଏବଂ ଏପରିକି ପ୍ରାନ୍ତକୁ ସେ ପର୍ଯ୍ୟନ୍ତ ଛାଡିବେ ନାହିଁ ଯେ ପର୍ଯ୍ୟନ୍ତ ଅତି ଜରୁରୀ ନ ହୋଇଛି । ଚୀନର ରାଜଧାନୀ ବେଜିଂକୁ ଆସିବାକୁ ଥିବା ଉହାନର ଲୋକଙ୍କୁ ପୁଣି ଥରେ ଭାଇରସର ପରୀକ୍ଷଣ ଦେବାକୁ ପଡିବ ।
ଦିଗପହଣ୍ଡି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ ଡ଼ାଉନ ଚାଲିଥିବା ବେଳେ ଏହାର ସୁଯୋଗରେ ଫାଇଦା ମାରିବାକୁ ଚଞ୍ଚଳ ହୋଇପଡିଛନ୍ତି କିଛି ଅସାଧୁ...
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – କୋଭିଡ-୧୯ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ସଟ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଅମାନିଆ ମାନେ...
error

Enjoy this blog? Please spread the word :)

Follow by Email
Instagram
Telegram