ରାଉରକେଲା – ସୁନ୍ଦରଗଡ ଜିଲ୍ଲା କାଂଶବାହାଲ ଠାରେ ଥିବା ଏଲଆଣ୍ଡଟି କମ୍ପାନୀ ବାସଚ୍ୟୁତ ମାନଙ୍କ ଦାବି ନଶୁଣି ମନମାନି କରିଚାଲିଥିବା ଅଭିଯୋଗ କରି ଆଜି ଶତାଧିକ ବାସଚ୍ୟୁତ ଏହି କାରଖାନାର ୨ଟି ଗେଟ ବନ୍ଦ କରି ରାସ୍ତା କଡରେ ଧାରଣା ଦେଇଛନ୍ତି ।
ସେମାନେ କହିବା କଥା, ୧୯୬୩ ରେ ଏହି କମ୍ପାନୀ ତିଆରି ବେଳେ ସେମାନଙ୍କ ପୂର୍ବଜ ମାନେ ଯାଗା ଜମି ଯୋଗାଇ ଦେଇଥିଲେ । ଫଳରେ ଅନେକ ପରିବାର ଓ ଗ୍ରାମ ବାସଚ୍ୟୁତ ହୋଇଥିଲେ । ସେତେବେଳେ ସବୁ ପରିବାରଙ୍କୁ ଏହି କମ୍ପାନୀରେ ଚାକିରୀ ମିଳିନଥିଲା । ଆଜି ଯାଏ ମଧ୍ୟ ସେହି ବାସଚ୍ୟୁତ ପରିବାରର ସଦସ୍ୟ ମାନେ ଚାକିରୀ ପାଇ ନାହାନ୍ତି । ସେମାନଙ୍କ ପିଲା ମାନେ ପାଠ ପଢି ଏଣେ ତେଣେ ବୁଲୁଥିବା ବେଳେ ବାହାର ଲୋକଙ୍କୁ ଏଠାରେ ନିଯୁକ୍ତି ସୁଯୋଗ ମିଳୁଛି । କାରଖାନାରେ କାମ କରୁଥିବା ବାସଚ୍ୟୁତ ମାନଙ୍କୁ ମଧ୍ୟ ନ୍ୟାୟ ମିଳୁନାହିଁ । ପେରିଫେରିର ଉନ୍ନୟନମୂଳକ କାମ ଲାଗି କମ୍ପାନୀ ଏଠାରେ ଅର୍ଥ ଖର୍ଚ୍ଚ କରୁନଥିବା ଅଭିଯୋଗ ହୋଇଛି । ଯଦି ଏଭଳି ମନବୃତି କମ୍ପାନୀ ଜାରୀ ରଖେ ସେ କମ୍ପାନୀ ସେମାନଙ୍କ ଯାଗା ଉପରେ ରହିବା ଦରକାର ନାହିଁ ବୋଲି ବାସଚ୍ୟୁତ ମାନଙ୍କ ସହ ଥିବା ରଶ୍ମି ଏକ୍କା କହିଛନ୍ତି ।
ପୁରାତନ ଶ୍ରମିକ ନେତା ପ୍ରଭାତ ମିଶ୍ର କହିଛନ୍ତି ଯେ, କାରଖାନା ଆରମ୍ଭ ବେଳେ କର୍ମଚାରୀ ମାନଙ୍କ ସଂଖ୍ୟା ଥିଲା ୧୨ଶହ, ଏବେ ତାହା ହ୍ରାସ ପାଇ ୩ ଶହରେ ପହଁଚିଛି । ବାସଚ୍ୟୁତ ମାନଙ୍କ ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ବାରମ୍ବାର ଆଲୋଚନା କରୁଛି ହେଲେ କୌଣସି ସୁଫଳ ମିଳିପାରୁନି । ସେମାନଙ୍କ ଦାବିକୁ ଅଗ୍ରାଧିକାର ଭିତିରେ ସମାଧାନ କରିବା ଉଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦିଆଯାଇଛି ।
ଏହି ଖବର ପାଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବିସ୍ଥାପିତମାନଙ୍କ ସହିତ ଆଲୋଚନା ନିମନ୍ତେ ପ୍ରସ୍ତାବ ଦେଇଥିବା ଜଣାପଡିଛି ।
Related Stories
December 9, 2024
October 25, 2024