ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ସେତେ ଏହି ରୋଗ ଅନ୍ୟ ଜିଲ୍ଲାକୁ ସଂକ୍ରମଣ ହେବା ଭୟରେ ରାଜ୍ୟ ସରକାର ଗଞ୍ଜାମ ଓ ଏହାର ପଡୋଶୀ ଜିଲ୍ଲା ପୁରୀକୁ ସଂଯୋଗ କରୁଥିବା ସୀମାକୁ ସିଲ୍ କରି ଦେଇଛନ୍ତି । ତେବେ ଏହି ସୀମା ସିଲ୍ପରେ ଚୋରା ଦେଶୀ ମଦ ବେପାରୀମାନେ ସେମାନଙ୍କ ବ୍ୟବସାୟ ଚଳାଇବାରେ ସକ୍ଷମ ହୋଇପାରୁନାହାଁନ୍ତି । ତେଣୁ ସେମାନେ ବର୍ତ୍ତମାନ ନୂଆ ରାସ୍ତା ଖୋଜି ପାଇଛନ୍ତି । ଚିଲିକା ଦେଇ ସେମାନଙ୍କ ବ୍ୟବସାୟ କରିବାକୁ ଏବେ ଚୋରା ଦେଶୀ ମଦ ବେପାରୀମାନେ ସୁରକ୍ଷିତ ମଣିଛନ୍ତି ।
ମିଳିଥିବା ସୂଚନା ପ୍ରକାରେ, ଗତ ୩ଦିନ ଭିତରେ ଚିଲିକା ହ୍ରଦ ଦେଇ ଯାଉଥିବା ହଜାର ହଜାର ଲିଯରର ଚୋରା ଦେଶୀ ମଦ ରମ୍ଭା ପୋଲିସ କାବୁ କରିବାରେ ସକ୍ଷମ ହୋଇଛି । ଗତ ଗୁରୁବାର ଦିନ ଚିଲିକାରେ ଡଙ୍ଗା ଯୋଗେ ଚୋରା ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ଖବରପାଇ ଚଢ଼ାଉକରି ଉକ୍ତ ଡଙ୍ଗାରୁ ୧ହଜାର ଲିଟର ଦେଶୀ ମଦ ଜବତ କରିବା ସହ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେହିପରି ଶୁକ୍ରବାର ଦିନ ରମ୍ଭା ଥାନା ଇଲାକା ଦେଇ ଏକ ଟ୍ରାକ୍ଟର ବୋଝେଇ ହୋଇ ଚିଲିକା କୂଳକୁ ଆଣୁଥିଲେ । ପରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ୁ ଚିଲିକା ହ୍ରଦ ମଧ୍ୟଦେଇ ଏକ ଡଙ୍ଗା ସାହାଯ୍ୟରେ ନେଇଥାନ୍ତେ । ତେବେ ରମ୍ଭା ପୋଲିସ କୌଣସି ସୂତ୍ରରୁ ସୂଚନାପାଇ ଚଢ଼ାଉକରି ୨୦୦ଲିଟର ଦେଶୀ ମଦ ଜବତ କରିବା ସହ ଗୋଟିଏ ଟ୍ରାକ୍ଟର, ୨ଟି ଡଙ୍ଗା, ୨ଜଣ ଡଙ୍ଗାଚାଳକ ସମେତ ୮ଜଣଙ୍କୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଏକ ମୋଟର ସାଇକେଲ୍ ସହ ୭ଟି ମୋବାଇଲ୍ ଫୋନ୍ ଜବତ କରିଥିଲା । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ରମ୍ଭା ପାନ୍ଥନିବାସ ଜେଟି ଠାରୁ ୧ହଜାର ଲିଟର ଚୋରା ଦେଶୀ ମଦ ନେଉଥିବା ବେଳେ ରମ୍ଭା ପୋଲିସ ଖବରପାଇ ୧ହଜାର ଲିଟର ଚୋରା ମଦ ଜବତ କରିବା ସହ ଯାନ୍ତ୍ରିକ ଡଙ୍ଗା ସହ ୬ଜଣଙ୍କୁ ଗିରଫ କରିଥିଲା ।
Related Stories
September 20, 2024
September 20, 2024