![](https://indokalingtimes.com/wp-content/uploads/2020/05/WhatsApp-Image-2020-05-17-at-7.03.59-PM.jpeg)
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାବାସୀ ଆତଙ୍କିତ ଅଛନ୍ତି । ବ୍ରହ୍ମପୁର ଆମ୍ବ ବଜାରରୁ ଜଣଙ୍କର ପଜେଟିଭ ବାହାରିବାପରେ କାଳେ ସଂକ୍ରମଣ ହେବା ଆଶଙ୍କାରେ ବ୍ରହ୍ମପୁର ବିଏମ୍ସି ପକ୍ଷରୁ ବ୍ରହ୍ମପୁରର ଶଙ୍କରପୁର ସାହିକୁ ସିଲ୍ କରାଯାଇଥିଲା । ସେହି ଲିଙ୍କ୍ରେ କୁକୁଡାଖଣ୍ଡି ବ୍ଲକ୍ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମର ବଡସାହିରେ ରହୁଥିବା ଜୈନିକ ଆମ୍ବ ବ୍ୟବସାୟୀକୁ ସନ୍ଦିଗ୍ଧ ଭାବେ ପ୍ରଶାସନ ରଖିଥିବା ବେଳେ ତାଙ୍କ ଦେହରେ କରୋନା ପଜେଟିଭ ଆସିଥିଲା । ଏହାପରେ ସେ ରହୁଥିବା ଗୁଣ୍ଠବନ୍ଧ ଗ୍ରାମକୁ ରବିବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଗୁଣ୍ଠବନ୍ଧ ଗ୍ରାମରେ ପହଞ୍ôଚ ବ୍ଲକ୍ ପ୍ରଶାସନକୁ ଗୁଣ୍ଠବନ୍ଧ ଗ୍ରାମକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର, ତହସିଲଦାର ଡା.ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଗ୍ରାମରେ ପହଞ୍ôଚ ଉକ୍ତ ଗ୍ରାମକୁ ସିଲ୍ କରିଥିଲେ । ଗ୍ରାମର ପ୍ରବେଶପଥ ପ୍ରସ୍ତାନ ରାସ୍ତାକୁ ସିଲ୍ କରିବା ସହ ସ୍ୱାସ୍ଥ୍ୟ ଟିମ୍ ସହାୟତାରେ ଗ୍ରାମରେ ରହୁଥିବା ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ବଡ ସାହିରେ ରହୁଥିବା ୮୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ସ୍କିନିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାବ୍ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଛି । ସିଲ୍ କରିବାପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଥିବା ବେଳେ ସଦର ଥାନା ପୋଲିସ ଗ୍ରାମରେ ଜଗି ରହିଛି । ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ସିଲ୍ କରି ରଖ୍ôବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । କୁକୁଡାଖଣ୍ଡି ତହସିଲଦାର ଓ ବିଡିଓଙ୍କ ନଜରରେ ଏହି ଗ୍ରାମ ରହିବ । ରବିବାର ଦିନ ଅଗ୍ନିଶମ ବିଭାଗର ଗାଡି ପହଞ୍ôଚ ଗ୍ରାମକୁ ବିଶୋଧନ କରିଥିବା ଜଣାପଡିଛି । ସୋମବାର ଦିନ ଗ୍ରାମରେ ପୁଣି ସ୍ୱାସ୍ଥ୍ୟ ଟିମ୍ ପହଞ୍ôଚ ସାହିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।