May 19, 2024

JEE

ନୂଆଦିଲ୍ଲୀ,ଜେଇଇ ଏବଂ ଏନ୍‍ଇଇଟି ସିଲାବସ୍‍ 2021 ବର୍ଷ ଅପରିବର୍ତ୍ତିତ ରହିବ ।  ତେବେ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଜେଇଇ ଏବଂ ଏନ୍‍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ । ଜେଇଇ ସିଲାବସ୍‍ (2021 ମେନ) ପୂର୍ବବର୍ଷ ଭଳି ସମାନ ରହିବ । କିନ୍ତୁ ଛାତ୍ରଛାତ୍ରୀମାନେ 90ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 30 ଟି କରି) ମଧ୍ୟରୁ ଯେକୌଣସି 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ର ଉତ୍ତର ଦେବାର ସୁଯୋଗ ପାଇବେ । 2020 ରେ ଅନୁଷ୍ଠିତ ଜେଇଇ (ମୁଖ୍ୟ) ପରୀକ୍ଷାରେ ମୋଟ୍‍ 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ରହିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ।2021 ଏନ୍‍ଇଇଟି (ୟୁଜି) ପ୍ରଶ୍ନପତ୍ରର ପ୍ରକୃତ ନମୂନା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ଦେଶର କେତେକ ବୋର୍ଡର ସିଲାବସ ହ୍ରାସକୁ ଦୃଷ୍ଟିରେ ରଖି ଏନ୍‍ଇଇଟି (ୟୁଜି) 2021 ର ପ୍ରଶ୍ନପତ୍ରରେ ଜେଇଇ (ମୁଖ୍ୟ) ଭଳି ବ୍ୟବସ୍ଥା ରହିପାରେ ।
ଭୁବନେଶ୍ୱର– ଜେଇଇ ପରୀକ୍ଷା କରାଇବାକୁ ନେଇ ବିରୋଧ ଓ ବାଦ ବିବାଦ ପରେ ସମ୍ପୂର୍ଣ କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ସାରା ଦେଶରେ...
error

Enjoy this blog? Please spread the word :)

Follow by Email
Instagram
Telegram