July 27, 2024

India Pakistan talks

ନୂଆଦିଲ୍ଲୀ,  ଭାରତ ଏବଂ ପାକିସ୍ତାନ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକମାନେ ହଟଲାଇନ ଯୋଗାଯୋଗର ଯାନ୍ତ୍ରିକ ଦିଗ ଉପରେ ଆଲୋଚନା କରିଥିଲେ । ଏକ ମୁକ୍ତ, ଏବଂ ବନ୍ଧୁତ୍ବପୂର୍ଣ୍ଣ ବାତାବରଣରେ ନିୟନ୍ତ୍ରଣ ରେଖା ଏବଂ ଅନ୍ୟ ସମସ୍ତ କ୍ଷେତ୍ରୀୟ ସ୍ଥିତିକୁ ଉଭୟ ପକ୍ଷ ସମୀକ୍ଷା କରିଥିଲେ ।ସୀମାରେ ନିରନ୍ତର ଶାନ୍ତି  ବଜାୟ ରଖିବା ଦିଗରେ ଦୁଇ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକ ପରସ୍ପରର ମୂଳ ପ୍ରସଙ୍ଗ ଏବଂ ଚିନ୍ତାଧାରାକୁ ସମାଧାନ କରିବା ଲାଗି ସହମତ ହୋଇଥିଲେ । ସମସ୍ତ କ୍ଷେତ୍ରରେ ହୋଇଥିବା ଚୁକ୍ତିନାମା, ବୁଝାମଣା ଏବଂ ନିୟନ୍ତ୍ରଣ ରେଖାରେ ଗୁଳି ଚାଳନା ବନ୍ଦ କରିବା ଇତ୍ୟାଦିକୁ 24/25 ଫେବୃଆରୀ 2021 ମଧ୍ୟରାତ୍ରିରୁ ଦୃଢତାର ସହିତ ପାଳନ କରିବା ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ ।କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଭୁଲ ବୁଝାମଣାର ସମାଧାନ ନିମନ୍ତେ ହଟଲାଇନ ଯୋଗାଯୋଗ ପାଇଁ ବର୍ତ୍ତମାନ ଥିବା କୌଶଳ ଏବଂ ବର୍ଡର ଫ୍ଲାଗ ବୈଠକ ବ୍ୟବହାର କରାଯିବ ବୋଲି ଉଭୟ ପକ୍ଷ ଦୋହରାଇଥିଲେ ।
error

Enjoy this blog? Please spread the word :)

Follow by Email
Instagram
Telegram