November 21, 2026
ନୂଆଦିଲ୍ଲୀ,  ଭାରତ ଏବଂ ପାକିସ୍ତାନ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକମାନେ ହଟଲାଇନ ଯୋଗାଯୋଗର ଯାନ୍ତ୍ରିକ ଦିଗ ଉପରେ ଆଲୋଚନା କରିଥିଲେ । ଏକ ମୁକ୍ତ, ଏବଂ ବନ୍ଧୁତ୍ବପୂର୍ଣ୍ଣ ବାତାବରଣରେ ନିୟନ୍ତ୍ରଣ ରେଖା ଏବଂ ଅନ୍ୟ ସମସ୍ତ କ୍ଷେତ୍ରୀୟ ସ୍ଥିତିକୁ ଉଭୟ ପକ୍ଷ ସମୀକ୍ଷା କରିଥିଲେ ।ସୀମାରେ ନିରନ୍ତର ଶାନ୍ତି  ବଜାୟ ରଖିବା ଦିଗରେ ଦୁଇ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକ ପରସ୍ପରର ମୂଳ ପ୍ରସଙ୍ଗ ଏବଂ ଚିନ୍ତାଧାରାକୁ ସମାଧାନ କରିବା ଲାଗି ସହମତ ହୋଇଥିଲେ । ସମସ୍ତ କ୍ଷେତ୍ରରେ ହୋଇଥିବା ଚୁକ୍ତିନାମା, ବୁଝାମଣା ଏବଂ ନିୟନ୍ତ୍ରଣ ରେଖାରେ ଗୁଳି ଚାଳନା ବନ୍ଦ କରିବା ଇତ୍ୟାଦିକୁ 24/25 ଫେବୃଆରୀ 2021 ମଧ୍ୟରାତ୍ରିରୁ ଦୃଢତାର ସହିତ ପାଳନ କରିବା ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ ।କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଭୁଲ ବୁଝାମଣାର ସମାଧାନ ନିମନ୍ତେ ହଟଲାଇନ ଯୋଗାଯୋଗ ପାଇଁ ବର୍ତ୍ତମାନ ଥିବା କୌଶଳ ଏବଂ ବର୍ଡର ଫ୍ଲାଗ ବୈଠକ ବ୍ୟବହାର କରାଯିବ ବୋଲି ଉଭୟ ପକ୍ଷ ଦୋହରାଇଥିଲେ ।
ଶିବରାମ ଚୌଧୁରୀ,ବେଲଗୁଣ୍ଠା  ଅଙ୍ଗଦାନ ଏକ ମହତ ଦାନ I ସାଂପ୍ରତିକ ସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ କିମ୍ବା ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଠ ପଢା...
ଭୁବନେଶ୍ୱର, ଆଜି ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯିବ । ଏହାକୁ ହସ୍ତତନ୍ତ, ବୟନ ଓ...
ଭୁବନେଶ୍ୱର,  ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା କାଲି (ବୁଧବାର)ଠାରୁ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ...
error

Enjoy this blog? Please spread the word :)

Follow by Email
Instagram
Telegram