
ବେଲଗୁଣ୍ଠା , କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି I ଆଜି ଅପରାହ୍ଣ ତିନି ଘଣ୍ଟା ତିରିଶ ମିନିଟ୍ ସମୟରେ ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଥାନା ଅନ୍ତର୍ଗତ ଦହିମୁଣ୍ଡଳୀ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଆଠ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 8890 ଟଙ୍କା ଏବଂ ତାସ୍ ଜବତ କରିଛି I
ଏନେଇ ଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I ସୂଚନା ଥାଉକି ଚଳିତ ବର୍ଷ କରୋନା କଟକଣା ସମୟରୁ ହିଁ ବହୁ ଜୁଆଡ଼ି ପୋଲିସ୍ ଚଢାଉର ଶିକାର ହୋଇ ଗିରଫ ହୋଇଥିଲେ ମଧ୍ୟ କିଛି ଜୁଆଡ଼ି ଅମାନିଆ ଭାବରେ ଜୁଆରେ ମାତି ବାରମ୍ବାର ପୋଲିସ୍ ହାତରେ ଧରା ଦେଉଛନ୍ତି I ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଜୁଆ ମୁକ୍ତ କରିବା ପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO